ନକଲି ଗୁଟୁଖା କାରଖାନାରେ ଚଢାଉ,୬ ଗିରଫ ।

0 109

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୦୩/୦୪- ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଗୁରୁଣ୍ଠି ରାସ୍ତା ପାର୍ଶ୍ବରେ ଥିବା ଟେକ୍ନୋ ପାର୍କ ଠାରେ ଦୀର୍ଘ ଦିନ ଧରି ଚାଲିଥିବା ନକଲି ଗୁଟୁଖା କାରଖାନାରେ ଚଢାଉ ଚଢାଉ କରାଯାଇଛି । ଏହି ଚଢାଉରେ ସଦର ଥାନା ଓ କୁକୁଡାଖଣ୍ଡି ତହସିଲଦାରଙ୍କ ଦ୍ବାରା ହୋଇଥିବା ବେଳେ ସେଠାରୁ ୨ ଟି ମେସିନ୍,୩୦୧ ବ୍ଯାଗ ନକଲି ଗୁଟୁଖା (ପ୍ରତ୍ୟେକ ୩୨ ପେକେଟ ଗୁଟୁଖା),ଗୁଟୁଖା ପେକିଙ୍ଗ ରିଲ ୩୮ ବଣ୍ଡଲ ଜବତ ହୋଇଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ୬ ଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି । ୫ଜଣ ଫେରାର୍ ଥିବା ଜଣାପଡିଛି ।ସଦର ଥାନା କେସ୍ ନମ୍ବର ୧୦୮,ତାରିଖ -୦୩/୦୪/୨୦୨୦ ,ଧାରା ୪୦୨/୨୭୨/୨୭୩/୨୬୯/୨୭୦/୧୮୮/୩୪  ଆଇପିସି ଆର୍/ଡବ୍ଲୁ ୨୦/୨୪ ସିଓଟିପି ଆକ୍ଟ ରେ ମାମଲା ରୁଜୁ ହୋଇଛି ।ଏହି ଚଢାଉରେ କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦର୍ଶନୀ,ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ,ସଦର ଏସଡିପିଓ ଜୟନ୍ତ ମହାପାତ୍ର,ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ,ଏସଆଇ ବିନିତ ଶତପଥୀ ପ୍ରମୁଖ ଚଢାଉ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.