ଦେଶୀ ମଦ ସହ ବାଇକ ଜବତ,ଦୁଇ ଗିରଫ ।

0 125

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୧୫/୦୫, ଲାକଡାଉନ ଯୋଗୁଁ ସାରା ରାଜ୍ୟରେ ମାଦକ ଦ୍ରବ୍ୟ ବିକ୍ରିକୁ ସରକାର ବନ୍ଦ ରଖିଥିବାବେଳେଇବେ ଚୋରା ମଦ ବେପାରୀ ମାନେ ଏବେ ସକ୍ରିୟ ହୋଇ ଉଠିଛନ୍ତି ।ଏମାନଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖିଥିଲେ ବି ଚୋରା ମଦ ମାଫିଆ ମାନେ ଚତୁରତାର ସହିତ ଜଙ୍ଗଲର ଅପନ୍ତରା ଅଂଚଳରେ ମଦ ରାନ୍ଧି ବେପାର ଚଳେଇଛନ୍ତି ।ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଅବକାରୀ ବିଭାଗ ଦ୍ୱାରା ବ୍ୟାପକ ପରିମାଣର ମଦ ବାଇକ ଜବତ ସହ ଦୁଇ ଜଣକୁ ଗିରଫ କରାଯାଇଛି ।ସୂଚନାନୁସାରେ ଉଲୁଣ୍ଡା ବ୍ଲକ କୁଡାପଡା ଗ୍ରାମ୍ୟ ଜଙ୍ଗଲରେ ୧୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହ ୫୦ ଲିଟର ଦେଶୀ ମଦ ଜବତ ହୋଇଛି ।ସେହିଭଳି ବ୍ରହ୍ମଣୀପଲି ରାସ୍ତାରେ ପେଟ୍ରୋଲିଂ ସମୟରେ ମଦ ନେଇ ଯାଉଥିବା ସମୟରେ ଏକ ବାଇକରୁ ୨୦ ଲିଟର ଏବଂ ସେହି ଗାଁ ମୁଣ୍ଡରେ ଜଣଙ୍କ ଘରୁ ୮୦ ଲିଟର ମଦ ଜବତ କରିଛି ।ଏହା ସହ ବ୍ୟବହୃତ ବାଇକକୁ ଜବତ ସହ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.