ଦେଶୀ ମଦ ଜବତ,୯ଜଣ ଗିରଫ ।

0 571

ଭଞ୍ଜନଗର,୧୯/୦୭(ପିପିଟି); ଲକ ଡାଉନ ର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ଫାଇଦା ଉଠାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ଭଞ୍ଜନଗର ନାହାତୁଠ ସାହିରେ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ପୋଲିସ ଅଚାନକ ସେଠାରେ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଥିଲା ଏବଂ ସେଠାରୁ ୨୮୦ଲିଟର ଦେଶୀ ମଦ,୫ହଜାର ଲିଟର ପୋଚ ଓ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ ଜବତ କରିବା ସହ ମଦ ମାଫିଆ ମାନଙ୍କୁ ଗିରଫ କରାଯାଉ ଥିବା ବେଳେ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଟା ସାଜିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.