ଦେଶରେ ୨୪୮୫୦ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୪୮୫୬ ଏବଂ ମୃତ ସଂଖ୍ୟା ୬୧୩ ।

0 1,824

ନୂଆଦିଲ୍ଲୀ,୦୫/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ରବିବାର ସକାଳ ସୁଦ୍ଧା ୨୪୮୫୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୪୮୫୬ ଏବଂ  ୬୧୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୬,୭୩,୧୦୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯,୨୬୮ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୦୯,୦୮୩ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୦୦,୦୬୪ ଆକ୍ରାନ୍ତ,୧,୦୮,୦୮୨ ସୁସ୍ଥ ଏବଂ ୮୬୭୧ ମୃତ ।ତାମିଲନାଡୁରେ ୧,୦୭,୦୦୧ ଆକ୍ରାନ୍ତ, ୬୦,୫୯୨ ସୁସ୍ଥ ଏବଂ ୧୪୫୦ ମୃତ । ଦିଲ୍ଲୀରେ ୯୭,୨୦୦ ଆକ୍ରାନ୍ତ,୬୮,୨୫୬ ସୁସ୍ଥ ଏବଂ ୩୦୦୪ ମୃତ । ଗୁଜୁରାଟରେ ୩୫,୩୧୨ ଆକ୍ରାନ୍ତ,୨୫,୪୦୬ ସୁସ୍ଥ ଏବଂ ୧୯୨୫ ମୃତ । ଉତ୍ତରପ୍ରଦେଶ ରେ ୨୬,୫୫୪ ଆକ୍ରାନ୍ତ,୧୮,୧୫୪ ସୁସ୍ଥ ଏବଂ ୭୭୩ ମୃତ । ତେଲେଙ୍ଗାନାରେ ୨୨,୩୧୨ ଆକ୍ରାନ୍ତ,୧୧,୫୩୭ ସୁସ୍ଥ ଏବଂ ୨୮୮ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.