ଦେଶରେ ସଂକ୍ରମିତ ସଂଖ୍ୟା ୭ ଲକ୍ଷ ପାର;୨୪ ଘଣ୍ଟାରେ ସୁସ୍ଥ ୧୫୫୧୫ ଏବଂ ମୃତ ସଂଖ୍ୟା ୪୬୭ ।

0 2,563

ନୂଆଦିଲ୍ଲୀ,୦୭/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳ ସୁଦ୍ଧା ୨୨୨୫୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୫୫୧୫ ଏବଂ  ୪୬୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭,୧୯,୬୬୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦,୧୬୦ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୩୯,୯୪୮ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୧୧,୯୮୭ ଆକ୍ରାନ୍ତ, ୧,୧୫,୨୬୨ ସୁସ୍ଥ ଏବଂ ୯୦୨୬ ମୃତ । ତାମିଲନାଡୁରେ ୧,୧୪,୯୭୮ ଆକ୍ରାନ୍ତ, ୬୬,୫୭୧ ସୁସ୍ଥ ଏବଂ ୧୫୭୧ ମୃତ । ଦିଲ୍ଲୀରେ ୧,୦୦,୮୨୩ ଆକ୍ରାନ୍ତ, ୭୨,୦୮୮ ସୁସ୍ଥ ଏବଂ ୩୧୧୫ ମୃତ । ଗୁଜୁରାଟରେ ୩୬,୭୭୨ ଆକ୍ରାନ୍ତ,୨୬,୩୧୫ ସୁସ୍ଥ ଏବଂ ୧୯୬୦ ମୃତ । ଉତ୍ତରପ୍ରଦେଶ ରେ ୨୮,୬୩୬ ଆକ୍ରାନ୍ତ,୧୯,୧୦୯ ସୁସ୍ଥ ଏବଂ ୮୦୯ ମୃତ । ତେଲେଙ୍ଗାନା ରେ ୨୫,୭୩୩ ଆକ୍ରାନ୍ତ,୧୪,୭୮୧ ସୁସ୍ଥ ଏବଂ ୩୦୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.