ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୭୫,୭୬୦; ୨୪ ଘଣ୍ଟାରେ ସୁସ୍ଥ ୫୬,୦୧୩ ଏବଂ ମୃତ ସଂଖ୍ୟା ୧୦୨୩ ।

0 1,540

ନୂଆଦିଲ୍ଲୀ,୨୭/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସୁଦ୍ଧା ନୂତନ ଆକ୍ରାନ୍ତ ୭୫,୭୬୦ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୬,୦୧୩ ଏବଂ ୧୦୨୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୩୧୦,୨୩୪ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦,୪୭୨ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୫୨୩,୭୭୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୭,୧୮,୭୧୧ ଆକ୍ରାନ୍ତ , ୫,୨୨,୪୨୭ ସୁସ୍ଥ ଏବଂ ୨୩,୦୮୯ ମୃତ । ତାମିଲନାଡୁରେ ୩,୯୭,୨୬୧ ଆକ୍ରାନ୍ତ, ୩,୩୮,୦୬୦ ସୁସ୍ଥ ଏବଂ ୬,୮୩୯ ମୃତ । ଆନ୍ଧ୍ରପ୍ରଦେଶରେ ୩,୮୨,୪୬୮ ଆକ୍ରାନ୍ତ, ୨,୮୬,୭୨୦ ସୁସ୍ଥ ଏବଂ ୩,୫୪୧ ମୃତ । କର୍ଣ୍ଣାଟକରେ ୩,୦୦,୪୦୬ ଆକ୍ରାନ୍ତ,୨,୧୧,୬୮୮ ସୁସ୍ଥ ଏବଂ ୫,୦୯୧ ମୃତ । ଉତ୍ତରପ୍ରଦେଶ ୨,୦୩,୦୨୮, ଆକ୍ରାନ୍ତ,୧,୪୮,୫୬୨ ସୁସ୍ଥ ଏବଂ ୩,୧୪୯ ମୃତ । ନୂଆଦିଲ୍ଲୀରେ ରେ ୧,୬୫,୭୬୪ ଆକ୍ରାନ୍ତ ,୧,୪୮,୮୯୭, ସୁସ୍ଥ ଏବଂ ୪,୩୪୭ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.