ଦୁଇ ଦିନ ଶଟ୍ ଡାଉନ ପାଇଁ ଫୁଲବାଣୀ ବଜାର ଅସ୍ୱାଭାବିକ ଭାବେ ଭିଡ ।

0 379

ଫୁଲବାଣୀ,୨୧/୦୮(ପିପିଟି); ସାଧାରଣରେ ପ୍ରଶ୍ନ ଫୁଲବାଣୀରେ ସଟ୍ ଡାଉନ କାହା ସ୍ୱାର୍ଥରେ ? ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା ହୋଇଛି ସଂକ୍ରମଣ ରୋକିବାକୁ । କିନ୍ତୁ ଏହାର ଉପଯୁକ୍ତ ବ୍ୟବସ୍ଥା ଓ ଚିନ୍ତିତ ଯୋଜନା ନ କରି ସଟ୍ ଡାଉନ ଘୋଷଣା ଫଳରେ ଶୁକ୍ରବାର ଦିନ ବଜାର ଅସ୍ୱାଭାବିକ ଭାବେ ଗହଳି ବଢିବା ଓ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମୀ ନ ରହିବା ଫଳରେ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖା ଦେଇଛି । ଏହା ଦ୍ୱାରା କ’ଣ ସଂକ୍ରମଣ ବଢିବନୀ ?? ଲକ ଡାଉନ ଦ୍ଵାରା ସହରର ମୁଖ୍ୟ ରାସ୍ତା ଗୁଡିକୁ ବାଉଁଶ ବେରିକେଟ ଦ୍ଵାରା ବନ୍ଦ କରାଯାଇଥିବା ବେଳେ ବଜାରକୁ ସଂଯୋଗୀକରଣ ରାସ୍ତା ଗୁଡିକ ପ୍ରବଳ ଭିଡ ଓ ଟ୍ରାଫିକ ଜ଼ାମ ଦେଖିବାକୁ ମିଳୁଛି । ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ସକାଳ ୭ଟା ରୁ ମଧ୍ୟାନ ୧ଟା ପର୍ଯ୍ୟନ୍ତ ବଜାର ଖୋଲାରହିବା ଫଳରେ କମ ସମୟ ଯୋଗୁଁ ଏହିଭଳି ଅସ୍ୱାଭାବିକ ଭାବେ ଏହି ଭଳି ଭିଡ ବଢୁଥିବା ସାଧାରଣରେ ମତ ପ୍ରକାଶ ପାଇଛି । ପ୍ରଶାସନର ଖାମଖ୍ୟାଲ ମନ ବୃତି ଯୋଗୁଁ ଏହିଭଳି ପରିସ୍ଥିତି ଘଟୁଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି । ଏହା ଫଳରେ ସଂକ୍ରମଣ ରୋକିବା ପରିବର୍ତ୍ତେ ଏହି ଭିଡ ବଢ଼ିବାରେ ସହାୟକ ହେଉଛି । ମାସ ମାସ ଧରି ସହର ବାସୀ ପରିସ୍ଥିତିରେ ପଡି ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.