ଦୁଇ ଛେଳି ଚୋରକୁ ଗୋଡେଇ ଗୋଡେଇ ଧରି ପୋଲିସରେ ଦେଲେ ।

0 219

ବେଲଗୁଣ୍ଠା,୨୫/୦୮(ପିପିଟି);ଛେଳି ଚରାଉଥିବା ବେଳେ ଦୁଇ ଯୁବକ ମୋଟର ସାଇକଲରେ ଆସି ଗୋଟିଏ ଛେଳିକୁ ଧରି ଚମ୍ପଟ ମାରୁଥିବା ବେଳେ ଛେଳି ଚରାଳୀ ପାଟି କରିଥିଲା । ରାସ୍ତାରେ ଯାଉଥିବା କିଛି ଯୁବକ ଓ ଛେଳି ମାଲିକ ଏମାନଙ୍କ ପିଛା କରି କାବୁ କରିବାରେ ସକ୍ଷମ ହୋଇଥିଲେ । ଛେଳି ସହ ଦୁଇ ଯୁବକକୁ ପୋଲିସରେ ଦେଇଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମରେ ପାଣ୍ଡା ଗୌଡ( ୪୦)ଙ୍କ କିଛି ଛେଳିଙ୍କୁ ପ୍ରତିଦିନ ଭଳି ତାଙ୍କ ପୁତୁରା କାଳିଆ ଗୁରୁ ଛେଳି ଚରାଇବା ପାଇଁ ବୋରୀ ଡଲକ କୁ ଯାଇଥିଲା । ଦିନ ୧୨.୪୦ମି ସମୟରେ ଏକ ମୋଟର ସାଇକଲରେ ଗାଙ୍ଗପୁର ରାଉଳ ଜେନା(୨୦) ଓ ବାଲିପାଟ ଗ୍ରାମର ଜିତୁ ବିଷୋୟୀ(୨୮) ଏକ ବାଇକ୍ ଆସି ୨୦ କିଲିଆ ଏକ ଛେଳିକୁ ଧରି ଚମ୍ପଟ ମାରିଥିଲେ । ଏହା ଦେଖି ଛେଳି ଚରାଉଥିବା କାଳିଆ ପାଟି କରିବା ସହ ଛେଳି ମାଲିକ ପାଣ୍ଡାକୁ ଜଣାଇଥିଲା । ସେହି ରାସ୍ତାରେ ଯାଉଥିବା କିଛି ଯୁବକ ଓ ପାଣ୍ଡା ସେମାନଙ୍କ ପିଛା କରି କଣ୍ଟେଇକୋଳିଆପଲ୍ଲୀ ଓ ବାଲିପାଟ ମଝିରେ ଏମାନଙ୍କୁ ଧରିବା ପାଇଁ ସକ୍ଷମ ହୋଇଥିଲେ । ଫଳରେ ପାଣ୍ଡା ପୋଲିସକୁ ଜଣାଇବା ସହ ଦୁଇ ଚୋରକୁ ପୋଲିସ ଜିମାରେ ଦେଇଥିଲେ । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.