ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ଦିନ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ,ଲୋକେ ପାଣି ପାଇଁ ହନ୍ତସନ୍ତ ।

0 942

ଗଞ୍ଜାମ,୨୫/୧୨(ପିପିଟି); ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରିଡ଼ିରାଧାଗୋବିନ୍ଦ ପୁର ଗ୍ରାମରେ ଆଜକୁ ପ୍ରାୟ ୬ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଗ୍ରାମର ଲୋକେ ପାଣି ପାଇଁ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଗ୍ରାମରେ ନଳକୂପ ଥିଲେ ମଧ୍ୟ ଗୋଟିଏ ନଳ କୂପ ଅଛି ଯାହା ପିଇବା ପାଇଁ ଉପଯୁକ୍ତ ଅଟେ । ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ପାଣି ଅନେକ ସାହିକୁ ଯାଉନଥିବା ଅଭିଯୋଗ ମଧ୍ୟ ହୋଇଛି । ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଲୋକେ କହିଛନ୍ତି । ୬ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମକୁ ଠିକ୍ ସେ ପାନୀୟ ଜଳ ମିଳିଲା ନାହିଁ । ଲୋକେ ପାନୀୟ ଜଳ କିଣିକି ମଧ୍ୟ ପିଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ନଜର ମଧ୍ୟ ପଡୁନି ଲୋକେ ପାଣି ପାଇଁ ନା ନା ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ଅଧିକାରୀଙ୍କୁ କୌଣସି ଫରକ ପଡୁନି । ଆଜି ବି ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ହେଲେ ସେମାନଙ୍କ ଦୁଃଖକୁ କେହି ବୁଝୁନାହାନ୍ତି । ପାନୀୟ ଜଳ ପାଇଁ ରାଜ୍ୟ ସରକାର ବସୁଧା ଯୋଜନା କରିଥିଲେ ମଧ୍ୟ ଯୋଜନା ଖାଲି ଯୋଜନାରେ ହିଁ ରହିଗଲା ଏହା ଠିକ୍ ସେ କେବେ କାର୍ଯ୍ୟକାରୀ ହେବ ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହେଉଛି । କରୋନା ମହାମାରୀ ସମୟରେ ଲୋକେ ବହୁତ ହଟହଟା ହେଇଛନ୍ତି ହେଲେବି ବିଭାଗୀୟ ଅଧିକାରୀ କୁମ୍ଭକର୍ଣ ନିଦ୍ରାରେ ସୋଇରହିଛନ୍ତି । ଲୋକ ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବସୁଧା ଯୋଜନା କରିଛନ୍ତି ହେଲେ ଯୋଜନା କାର୍ଯ୍ୟକାରୀ ହେଉନାହିଁ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଲୋକ ମାନଙ୍କ ମନରେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.