ଦିଗପହଣ୍ଡି ଠାରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା ।

0 282

ଦିଗପହଣ୍ଡି,୨୨/୦୭; ଦିଗପହଣ୍ଡି ସହରରେ ବର୍ତ୍ତମାନ କରୋନାକୁ ନିୟନ୍ତ୍ରଣ ପରିସ୍ଥିତି ଅସମ୍ଭାଳ ହୋଇ ଜଣାପଡିଛି । ଗତ କିଛିଦିନ ମଧ୍ୟରେ ସହରର ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମଧ୍ୟାହ୍ନରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଦିଗପହଣ୍ଡି ଗସ୍ତରେ ଆସି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ କରୋନାର ପ୍ରତିକାର ନେଇ ସମସ୍ତ ବିଭାଗୀୟ ଅଧିକାରୀ ଓ ସହରବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଖବରନୁଯାୟୀ , ଦିଗପହଣ୍ଡି ଅଞ୍ଚଳରେ କରୋନା ପ୍ରଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁଭଳି ବଢ଼ ଚାଲିଛି ସେପରି ମୃତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଥିସହ କିଛି ଲୋକ ସାଧାରଣ ଜ୍ବରରେ ପୀଡିତ ହେଲେ ମେଡିକାଲରେ ଡାକ୍ତରଙ୍କ ଠାରୁ ସଠିକ ଚିକିତ୍ସା ନପାଇ ମୃତ କରୁଥିବା ଜଣାପଡିଛି । ତେବେ ସହରରେ ଅନେକ ବହୁମୂଲ୍ୟ ଲୋକ ଜୀବନ ହରାଇବା ପରେ ଦିଗପହଣ୍ଡିରେ କରୋନା ମୁକାବିଲା ପାଇଁ କେତେକ ନୂତନ ରଣକୌଶଳ ପ୍ରସ୍ତୁତ କରାଯାଇଛି । ଏଥିସହ ଦିଗପହଣ୍ଡି ସରକରୀ ବାଳିକା ଉଚ୍ଚବିଦ୍ୟାଳୟକୁ କୋଭିଡ ହସ୍ପିଟାଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଆଲୋଚନାରେ ଦିଗପହଣ୍ଡି ସହରରେ ବର୍ତ୍ତମାନ କରୋନା ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କୁ ପୂର୍ବପରି ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲ ନ ପଠାଇ ନିଜ ଘରେ ନିର୍ଜନ ବାସ କିମ୍ବା ସରକରୀ ବାଳିକା ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ଚିକିତ୍ସା କରାଇପାରିବେ ଏବଂ ଗୁରୁତର ଥିବା ରୋଗୀଙ୍କର ସାନଖେମୁଣ୍ଡି ଛଣମେରୀ ଆଦର୍ଶ ବିଦ୍ୟାଳୟ କୋଭିଡ କେର ସେଣ୍ଟରରେ ରଖି ଚିକିତ୍ସା କରିବା ପାଇଁ ସ୍ଥିର ହୋଇଥିବା ବେଳେ ଅତ୍ୟଧିକ ଗୁରୁତର ରୋଗୀମାନଙ୍କୁ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲ ପଠାଇବାକୁ ଆଲୋଚନା ହୋଇଥିଲା । ଜିଲ୍ଲା ପ୍ରଶାସନର ତତ୍ପରତା ହୋଇ କରୋନା ସଚେତନତା ବ୍ୟାପକ କରିବା ସହ ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ପ୍ରସ୍ତୁତ ରଖି କରୋନାର ପ୍ରାଥମିକ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋଭିଡ଼ କେୟାର ହୋମରେ ରଖିବା ସହ ଔଷଧ ଡାକ୍ତର ରହିବା ନେଇ ଗୁରୁତ୍ୱ ଦେଇଛନ୍ତି । ଏଥିସହ ଉପଜିଲ୍ଲାପାଳ ଉପଜିଲ୍ଲାପାଳ ଶ୍ରୀ ଭାଉ ସାହେବ କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ସକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ମାସ୍କ ଓ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି । ଶେଷରେ ଦିଗପହଣ୍ଡି ଏନ୍ ଏସିର କାର୍ଯ୍ୟ ତଦାରଖ ପାଇଁ ଡେପୁଟେସନରେ ଆସିଥିବା କୋଭିଡ ୧୯ ନୋଡାଲ ଅଧିକାରୀ ରାଜକିଶୋର ପଟ୍ଟନାୟକଙ୍କୁ ଦାୟିତ୍ଵଭାର ପ୍ରଦାନ କରିଛନ୍ତି । ଏହାପରେ ଆଜିଠାରୁ ପ୍ରତ୍ୟେକ ୱର୍ଡରେ ବିଶୋଧନ କାର୍ଯ୍ୟ ନିୟମିତ ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଲୋଚନା ସଭାରେ ବିଡ଼ିଓ ହଳଧର ଶବର , କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ଓଏସଡି ରାଜକିଶୋର ପଟ୍ଟନାୟକ , ସିପିଆଇ (ଏମ୍ ) ନେତା କୈଳାସ ଷଡଙ୍ଗୀ , ସିପିଆଇ ନେତା ଅଳକନାଥ ମିଶ୍ର , ତପନ ମିଶ୍ର , ଖେମୁଣ୍ଡି ଓକିଲ ସଂଘ ସଭାପତି ପରେଶ ଚନ୍ଦ୍ର ରଥ , ସଂପାଦକ ଅଶେଷନାଥ ମିଶ୍ର , କଂଗ୍ରେସ ସଦସ୍ୟ ଭି. ଶ୍ୟାମସୁନ୍ଦର ରାଜୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଦିଗପହଣ୍ଡି (ସାଇଦୀପୁ ପୂଜାରୀ)

Leave A Reply

Your email address will not be published.