ଦଳିତ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଜଣ କୋର୍ଟ ଚାଲାଣ ।

0 899

ପଦ୍ମପୁର,ତା-୨୪/୦୬(ପିପିଟି); ପଦ୍ମପୁର ଗତ ସୋମବାର ଦିନ ଝାରବନ୍ଧ ଥାନା ଅନ୍ତର୍ଗତ ତୁମୁରିପାଣି ଗ୍ରାମର ଜଣେ ଦଳିତ ବ୍ୟକ୍ତି ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ନାବାଳିକା ଝିଅ କାମ କରିବାକୁ ନିକଟସ୍ଥ ଚୁହାପାଲି ଗ୍ରାମର ନନ୍ଦ କିଶୋର ଶ୍ରୀବସ୍ତାଵର କ୍ରସରକୁ ଯାଇଥିବା ସମୟରେ , ଝିଅଟି ଏକାକୀ ଥିବାର ସୁଯୋଗ ନେଇ କ୍ରସର ମାଲିକ ଉକ୍ତ ନାବାଳିକାକୁ ଜୋରଜବରଦସ୍ତି ଦୁଷ୍କର୍ମ  କରିଥିଲେ । ଏହି ଘଟଣା ବାବଦରେ ଜାଣିବା ପରେ ପାଇକମାଲ ପୋଲିସ ତୁରନ୍ତ ଘଟଣାର ଖୋଲତାଡ଼ ଆରମ୍ଭ କରିବା  ସହିତ ଗତକାଲି ଅଭିଯୁକ୍ତ ନନ୍ଦ କିଶୋରକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ଉକ୍ତ ଦୁଷ୍କର୍ମ ଘଟଣାରେ ନନ୍ଦ ଶ୍ରୀବସ୍ତାଵକୁ ତାର କ୍ରସରରେ କମକରୁଥିବା ଝାରବନ୍ଧ ଥାନା ଅନ୍ତର୍ଗତ ଗୁଠଗୁଡା ଗ୍ରାମର ବାଙ୍କନିଧି ପ୍ରଧାନ ସହଯୋଗ କରିଥିଲା । ପୋଲିସ ବାଙ୍କକୁ ମଧ୍ୟ ଥାନାକୁ ଆଣି ତଦନ୍ତ କରିଥିଲା । ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ନିଜେ ପ୍ରତ୍ୟକ୍ଷ ଭାବରେ ତଦନ୍ତ ସରିବା ପରେ ଆଜି ଅଭିଯୁକ୍ତ ନନ୍ଦ କିଶୋର ଶ୍ରୀବସ୍ତାଵ ଓ ବାଙ୍କନିଧି ପ୍ରଧାନକୁ କେଶ ନମ୍ବର  96/20 ଧାରା 342 / 376(3)/ 109/506/34 IPC , RW ସେକ୍ସନ 6 ପକ୍ସ ଆକ୍ଟ 2012 , RW ସେକ୍ସନ 3(1)(R)(S)/ 3 (2)(v)(va)sc&st P A ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟକୁ ବରଗଡ଼ ଜେଲକୁ ପଠେଇ ଦିଆ ଯାଇଛି । ଏହି ଘଟଣାର ତଦନ୍ତରେ ପାଇକମାଲ ଡିଏସପି ଦିନେଶ ନାଏକ ଓ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ସହଯୋଗ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.