ଏରସମା,୨୪/୦୬(ପିପିଟି); ଏରସମା ତହସିଲ ସମ୍ମୁଖରେ ଆଜି ଦିନ ୧୧ଟା ସମୟର ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ଏରସମା ବ୍ଲକ କମିଟି ତରଫରୁ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ ସହିତ ସରକାରୀ ନିୟନ୍ତ୍ରଣକୁ ଆଣିବା , ପ୍ରତି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଏଏନ୍ଏମ୍ କର୍ମୀଙ୍କ ଦ୍ୱାରା ବିନା ପଞ୍ଜିକରଣରେ ଓ ନିଦ୍ଧିଷ୍ଟ ସମୟସୀମା ମଧ୍ୟରେ ମାଗଣା ଗଣ ଟିକାକରଣ କରିବା,ଟିକସ ଦେଉନଥିବା ପ୍ରତି ପରିବାରକୁ ଏପ୍ରିଲ ଠାରୁ ପିଛିଲା ଭାବେ ମୁଣ୍ଡ ପିଛା ୧୦କେଜି ଚାଉଳ /ଗହମ ସହିତ ଡାଲି, ଖାଇବା ତେଲ ଭଳି ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଯୋଗାଇଦେବା ସହିତ କରୋନା ସହାୟତା ଭାବେ ମାସିକ ଟ୭୫୦୦.୦୦ଙ୍କା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ପ୍ରଦାନ କରିବା, ସମସ୍ତ ସତର୍କତା ମୂଳକ ପଦକ୍ଷେପ ସହିତ ତୁରନ୍ତ ଶିକ୍ଷାନୁଷ୍ଠାନ ଖୋଲିବା ଓ ପ୍ରତ୍ୟକ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଲାପଟପ ଓ ଇଣ୍ଟରନେଟ ଯୋଗାଇଦେବା, କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରକୁ କରୋନା ମୃତ୍ୟୁ ପ୍ରମାଣପତ୍ର ସହ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ସମେତ ପରିବାରରୁ ଜଣକୁ ସରକାରୀ ଚାକିରୀ ପ୍ରଦାନ ଦାବିରେ କୋଭିଡ ନିୟମ ପାଳନ ସହିତ ଆଜି ଗଣ ବିକ୍ଷୋଭ କରାଯାଇଛି ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପାର୍ଟି ଜୋନ ସମ୍ପାଦକ ସାଥି ବଇଁଶୀଧର ବେହେରାଙ୍କ ନେତୃତ୍ୱରେ ପାର୍ଟି ସାଥିମାନଙ୍କର ଏକ ରାଲି ପାର୍ଟି କାର୍ଯ୍ୟାଳୟ ରମାକାନ୍ତ ଭବନରୁ ବାହାରି ଏରସମା ବଜାର ପରିକ୍ରମା କରି ତହସିଲ ସମ୍ମୁଖରେ ପହଞ୍ଚିବା ପରେ ପାର୍ଟି ନେତା ସାଥି ପିତାମ୍ବର ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧକ୍ଷ ରାମଚନ୍ଦ୍ର ମୁଦୁଲି, ଯୁବ ନେତା ଦେବାଶିଷ ପରିଜା ପ୍ରମୁଖ ବକ୍ତବ୍ୟ ରଖି ଅସମ୍ବେଦନଶୀଳ ମୋଦି ସରକାରଙ୍କ କରୋନା ମହାମାରୀ ସମୟରେ ଅଦୁରଦର୍ଶୀ ନୀତି ଓ କର୍ପୋରେଟ ସପକ୍ଷବାଦୀ ନିଷ୍ପତ୍ତିର ଦୃଢ଼ ସମାଲୋଚନା କରିବା ସହିତ ଜନଗଣଙ୍କ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ଜୋନ ସହ ସମ୍ପାଦକ ସାଥି ଦାମୋଦର ବେହେରା, ସର୍ବେଶ୍ୱର ବେଉରା, ପାର୍ଟି ନେତା ସମରେଶ ମୁଦୁଲି, ମହେଶ୍ୱର ମହାପାତ୍ର, ବାନାମ୍ବର ଖଟୁଆ,ତପନ ସ୍ୱାଇଁ, ରବୀନ୍ଦ୍ର ବେହେରା, ପ୍ରଭଞ୍ଜନ ରାଉତ,ଶରତ ମଲ୍ଲିକ, ଅମରେନ୍ଦ୍ର ଦାସ, ଦେବଦତ୍ତ ଦାସ, ବିଜୟ ବେହେରା,ବାମର ଗୁରୁ କୁମର ମାଝୀ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)