ଥାନାରେ ୧୦୦ରୁ ବାଇକ ଅଟକ,୩୦ହଜାର ଜରିମାନା ଆଦାୟ ।

0 48

ଭଞ୍ଜନଗର,୧୭/୦୬(ପିପିଟି); ପ୍ରଶାସନ ତରଫରୁ ଗଞ୍ଜାମ ଜିଲ୍ଲାରେ ସଟ ଡାଉନ ଘୋଷଣା ହେବା ପରେ ଭଞ୍ଜନଗର ରେ ଚେକିଙ୍ଗ ଜୋରଦାର କରାଯାଇଛି। ବୁଧବାର ଥାନା ସମ୍ମୁଖରେ ପୋଲିସ ରାସ୍ତାରେ ବୁଲୁଥିବା ଗାଡ଼ି ଅଟକାଇ  ଯାଞ୍ଚ କରିଥିଲା ସେଥି ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ବ ବାଇକ ଅଟକ ରଖି ଅମାନିଆଙ୍କ ଠାରୁ ୩୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।ସେଥିପରି ପରିବା ମାର୍କେଟ ଛକରେ ପ୍ରଶାସନ ତରଫରୁ ତହସିଲଦାର ଆଲୋକ କୁମାର ପ୍ରଧାନ, ବ୍ଲକ ପଞ୍ଚାୟତ ଅଧିକାରୀ ପ୍ରହ୍ଲାଦ ପ୍ରଧାନ ଓ ଏନ୍ଏସି କର୍ମଚାରୀ ମାନେ ଗାଡ଼ି ତଦାରଖ କରି ଜରିମାନା ଆଦାୟ କରିଥିଲେ।ଆଗକୁ ଅମାନିଆଙ୍କୁ ସାବଡ଼ କରିବାକୁ ଏମିତି ଚଢ଼ାଉ ଜାରି ରହିବ ବୋଲି ଜଣାପଡ଼ିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.