ଥଣ୍ଡା ପାନୀୟ ପ୍ରକଳ୍ପ ଅମୃତ ଧାରା ଅଚଳ ।

0 137

ଉଲୁଣ୍ଡା,(ପିପିଟି)୦୮/୦୬୩ ,ଉପରେ ରହିଛି ପାଣିଟାଙ୍କି, ପାଇପ ବି ଲାଗିଛି ।ହେଲେ ଟ୍ୟାପରୁ ବାହାରୁ ନାହିଁ ପାଣି । ଏହାର ଚାରି ପାଖରେ ଗଦା ହୋଇଛି କୁଢ କୁଢ଼ ମଇଳା ।ଅପରିଷ୍କାର ହୋଇ ପଡିରହିଥିବା ଏହି ଥଣ୍ଡା ପାନୀୟ ପ୍ରକଳ୍ପଟି ଆଜି ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଥିବାରୁ ଏଥିରୁ ଆଉ ବାହାରି ପାରୁନାହିଁ ଥଣ୍ଡା ପାଣି ।ଏ ଖବର ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ମୁଖ୍ୟ ଛକ ଠାରେ ଥିବା ଥଣ୍ଡା ପାନୀୟ ପ୍ରକଳ୍ପ ଅମୃତ ଧାରା ,ଏହା ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ବ ହେବ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବାରୁ ଜନ ସାଧରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ଦୈନିକ ଏଠାକୁ ଆସୁଥିବା ଶହ ଶହ ଲୋକ କିଭଳି ଥଣ୍ଡା ପାଣି ଟିକିଏ ପାଇବେ ସେଇ ଲକ୍ଷ ନେଇ ୨୦୧୨/୧୩ ଆର୍ଥିକ ବର୍ଷରେ ପ୍ରାୟ ଅଢେଇ ଲକ୍ଷ ଟଙ୍କା ବ୍ୟୟରେ ମୁଖ୍ୟଛକର ଡାକବଙ୍ଗଳା ପାଚେରୀ କଡରେ ଗଭୀର ନଳକୂପ ଖନନ ସହ ପମ୍ପଘର ଓ ଫ୍ରିଜର ସ୍ଥାପନ ହୋଇଥିଲା ଏହି ଥଣ୍ଡା ପାନୀୟ ପ୍ରକଳ୍ପ ପାଇଁ ।ହେଲେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ପ୍ରକଳ୍ପ ଅଚଳ ହୋଇପଡିଥିବାରୁ  ଶୋଷ ମେଣ୍ଟାଇବା ପାଇଁ ଆସୁଥିବା ବହୁ ଲୋକ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି ।କେତେବେଳେ ଯାନ୍ତ୍ରିକ ତ୍ରୁଟି ତ କେତେବେଳେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପ୍ରକଳ୍ପ ଚାଲିପାରୁନ ଥିବା କୁହାଯାଉଛି ।ମାସ ମାସ ଓ ବର୍ଷ ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପ ର ମରାମତି କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।ତେବେ ଏହାର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଅବହେଳା କାରଣରୁ ପ୍ରକଳ୍ପଟି ବହୁ ସମୟରେ ଅଚଳ ହୋଇ ପଡିରହୁଥିବାର ଅଭିଯୋଗ ହୋଇଛି ।ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସିଫଳ ମିଳୁ ନାହିଁ।ଏପଟେ ସହରକୁ ଦୈନିକ ଶହ ଶହ ଲୋକ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟରେ ଦୂରଦୁରାନ୍ତରୁ ଆସୁଥିବାବେଳେ ପିଇବା ପାଣି ଟିକିଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଣୁ ଅଚଳ ହୋଇ ପଡି ରହିଥିବା ଥଣ୍ଡା ପାନୀୟ ପ୍ରକଳ୍ପକୁ ତୁରନ୍ତ ମରାମତି କରାଯାଇ ସଚଳ କରିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.