ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହିଂଜିଳି ବ୍ଲକରେ ଆରମ୍ଭ ହେଲା ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ।

0 338

ହିଂଜିଳିକାଟୁ,୧୭/୦୧( ପିପିଟି): ହିଂଜିଳି ବ୍ଲକରେ ୨୦୨୨ ପଞ୍ଚାୟତ ସ୍ତରରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ୪୦ଜଣ ୱାର୍ଡ କାଉନସିଲ ପାଇଁ ନାମାଙ୍କନ ଭରିଥିବାବେଳେ ଜଣେ ସରପଞ୍ଚ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପର ଠାରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀ ହେବାପାଇଁ ଭିଡ଼ ଜମିଥିଲା।ଏହାପର ଠାରୁ ହିଂଜିଳି ବ୍ଲକର ବହୁ ଅଞ୍ଚଳରେ ବିନା ପ୍ରତିଦ୍ବନ୍ଦିତାରେ ପ୍ରାର୍ଥୀ କରାଇବା ପାଇଁ ଅଙ୍କ କଷା ଚାଲିଥିବାର ସାଧାରଣରେ ଶୁଣିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବାକୁ ଥିବା ପ୍ରାର୍ଥୀ ମାନେ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ କରିଛନ୍ତି । ପ୍ରଥମ ଦିବସରେ ନିର୍ବାଚନ ମଇଦାନରେ ଶିକିରି ପଞ୍ଚାୟତରୁ ସରପଞ୍ଚ ପଦବୀରେ ପ୍ରତିଦ୍ବନ୍ଦିତା ସକାଶେ ଜଣେ ମାତ୍ର ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୱାର୍ଡ଼ ସଭ୍ୟ ସକାଶେ ସ୍ଥାନୀୟ ବ୍ଳକର ବୁରୁପୋଡ଼ା ପଞ୍ଚାୟତରୁ ୬ଜଣ , ଚାନ୍ଦୁଲି ପଞ୍ଚାୟତରୁ ୩ ଜଣ , ଗଣ୍ଡଳା ପଞ୍ଚାୟତରୁ ୧୦ ଜଣ , ଦୁର୍ବନ୍ଧ ପଞ୍ଚାୟତରୁ ୫ ଜଣ , ପୁଟିଆପଦର ପଞ୍ଚାୟତରୁ ୪ଜଣ , ଭାବନ୍ଧ ପଞ୍ଚାୟତରୁ ମାତ୍ର ଜଣେ ଓ ଶିକିରି ପଞ୍ଚାୟତରୁ ସର୍ବାଧିକ ୧୧ ଜଣ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ହିଞ୍ଜିଳିକାଟୁ ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସୁତ୍ରରୁ ପ୍ରକାଶ । (ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.