ତିନିଟି ବ୍ଯାଙ୍କରେ ରହିଲା ଶ୍ରୀଜଗନ୍ନାଥଙ୍କ ପାଣ୍ଠି ।

0 45

ପୁରୀ,(ପିପିଟି ନ୍ଯୁଜ୍)୨୭/୦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜତୀୟକରଣ ବ୍ଯାଙ୍କକୁ ଫେରିଛି ।ଏଥିପାଇଁ ଡକାଯାଇଥିବା ଖୋଲା ଟେଣ୍ଡର ପ୍ରକ୍ରିୟା ଗୁରୁବାର ଦିନ ଚୁଡାନ୍ତ ହୋଇ ଫେରିଥିବା ମୋଟ ୩୯୭ କୋଟି ଟଙ୍କାରୁ ସରକାରଙ୍କ ନିୟମ ଅନୁସାରେ ମହାପ୍ରଭୁଙ୍କ ହୁଣ୍ଡି ଟଙ୍କା (ଫାଉଣ୍ଡେସନ୍ ଫଣ୍ଡ)୧୦୨ କୋଟି ଟଙ୍କା ଷ୍ଟେଟ୍ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ଜମା କରାଯାଇଛି ।ତେବେ ଅବଶିଷ୍ଟ ୨୮୭ କୋଟି ଟଙ୍କା ଜମା କରିବାକୁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସର୍ବାଧିକ ସୁଧ ଦେବାକୁ ରାଜି ହୋଇଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ଯାଙ୍କ ଅଫ୍ ବରୋଦାରେ ଜମା ରଖିବାକୁ ନିଷ୍ପତ୍ତି ହୋଇଛି ।ଊଭୟ ବ୍ଯାଙ୍କରେ ସମାନ ଭାବରେ ୧୪୩.୫ କୋଟି ଲେଖାଏଁ ଜମା ରହିବ ।ଉଭୟ ବ୍ଯାଙ୍କ ୬.୨୬ ହାରରେ ସୁଧ ଦେବାକୁ ରାଜି ହେବା ପରେ ଏହି ନିଷ୍ପତ୍ତି ହୋଇଛି ।ତେବେ ୟେସ୍ ବ୍ଯାଙ୍କରେ ଥିବା ଅବଶିଷ୍ଟ ୧୫୬ କୋଟି ଟଙ୍କା ଫେରିବା ପରେ ଏହା କେଉଁଠି ରହିବ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।ଶ୍ରୀମନ୍ଦିର ଟଙ୍କା ୟେସ୍ ବ୍ଯାଙ୍କରେ ରଖିବା ନେଇ ବିବାଦ ଉଠିଥିଲା ।

Leave A Reply

Your email address will not be published.