ତନ୍ମୟ ବାବୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ ।

0 445

ପଦ୍ମପୁର,ତା-୨୨/୦୬(ପିପିଟି); ସଂପ୍ରତି ପୃଥିବୀ ପୃଷ୍ଠରେ କାୟାବିସ୍ତାର କରି ସୃଷ୍ଟିକୁ ଧ୍ୱଂସ କରବାକୁ ଦ୍ରୁତଗତି ରେ ମାଡି ଚାଲିଥିବା କରୋନା ଭଳି ମହାମାରୀ ସଙ୍କଟରୁ ଜନଜୀବନକୁ ରକ୍ଷା କରିବା ପାଇଁ ନିର୍ଭିକ ଭାବେ ଦିବାରାତ୍ରକୁ ଏକାକାର କରି ଆଗେଇ ଆସିଥିବା ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର କାର୍ଯ୍ୟରତ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ଆଜି ଭୂବନେଶ୍ୱର ସ୍ଥିତ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଉପଢ଼ୌକନ ସମେତ କରୋନାଯୋଦ୍ଧା ଭାବେ ସମ୍ମାନପତ୍ର ସହ ସମ୍ମାନୀତ କରାଯାଇଛି । ଏ ପରିପ୍ରେକ୍ଷୀରେ ଏକ ସଂସ୍ଥା ତରଫରୁ ଏକ ଟିମ ବରଗଡ ଜିଲ୍ଲାସ୍ଥ ପଦ୍ମପୁର ଅଞ୍ଚଳକୁ ଗସ୍ତ କରି ଶ୍ରୀ ଦରୱାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଲୋକଙ୍କ ଠାରୁ ଅନେକ ବୁଝାବୁଝି ପରେ ନିଷ୍ପତ୍ତିରେ ଉପନୀତ ହୋଇ ଆଜି ସମ୍ମାନୀତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏଭଳି ସୁ-ପ୍ରଶାସକଙ୍କୁ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ଭୂବନେଶ୍ୱର ପକ୍ଷରୁ ସମ୍ମାନୀତ କରିଥିବାରୁ ବୁଦ୍ଧିଜିବୀ ମହଲ ସଂସ୍ଥାକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.