ଡେଙ୍ଗାପଦର ପଞ୍ଚାୟତରେ ସଚେତନ ବୈଠକ ।

0 207

ଶେରଗଡ,(ପିପିଟି ନ୍ଯୁଜ୍)୨୪/୦୪-ଶେରଗଡ ବ୍ଳକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମପଞ୍ଚାୟତର ଡେଙ୍ଗାପଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରପଞ୍ଚ ରାମକୃଷ୍ଣ  ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ କୋରନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ସଚେତନତା କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ପୋଲାଇ ବୁଝାଇଥିଲେକି ସର୍ବସାଧାରଣ ରେ ପାନ ଛେପ ନ ପକାଇବା ସମଦୂରତା ରକ୍ଷା କରିବା ଆବଶ୍ୟକ କାମ ପଡିଲେ ବାଇକରେ ଯିବା ନେଇ ବୁଝାଇଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ଜେନା କହିଥିଲେ କି ବାହାରୁ ରାଜ୍ୟ କିମ୍ବା ଅନ୍ଯ ଜିଲ୍ଲାରୁ ଆସିଲେ କୋରାଣ୍ଟାଇନରେ ରହିବାକୁ ହେବ ବୋଲି ବୁଝାଇଥିଲେ ଏଥିରେ ଶିକ୍ଷକ ସତ୍ୟାନନ୍ଦ ପଣ୍ଡା,ଏଏନଏମ ସଂଯୁକ୍ତା ମିଶ୍ର,ଜିଆରଏସ୍ ବାଳକୃଷ୍ଣ ରଣା,ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ରଣା,ବନୀତା କୁମାରୀ ପାଣିଗ୍ରାହୀ,ଆଶା କର୍ମୀ ବବିତା କୁମାରୀ ନାୟକ,ସୁମିତ୍ରା ବାଡତ୍ୟା ଏମବିକେ ଗାୟତ୍ରୀ ସେଠୀ, ସିଆରପି ବବି ଡାକୁଆ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।ପ୍ରକାଶ ଥାଉକି ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ ବ୍ଳକର ସମସ୍ତ ସରପଞ୍ଚ ମାନଙ୍କୁ ଭିଡିଓ କନଫରେନ୍ସ ଜରିଆରେ ସଜାଗ ରହିବାକୁ କହିଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.