ଡି.ଇଏଲ୍.ଇଡି ଶେଷ ଵର୍ଷ ଛାତ୍ରଛାତ୍ରୀଙ୍କ ଵୋର୍ଡ ପରୀକ୍ଷା ଓ ଫଳ ପ୍ରକାଶନ ଅଗଷ୍ଟ ମଧ୍ଯରେ କରାଇଵାର ନିର୍ଘଣ୍ଟ ଘୋଷଣା ଦାଵିରେ ଏଆଇଏସଏଫର କଟକ ଵୋର୍ଡ ଅଫିସ ଘେରାଉ।

0 556

କଟକ,ତା୩୦/୦୭(ପିପିଟି): ଚଳିତ ଅଗଷ୍ଟ ମଧ୍ଯରେ ଡି.ଇଏଲ୍.ଇଡି.ଶେଷ ଵର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ନିର୍ଘଣ୍ଟ ଓ ଫଳ ପ୍ରକାଶନ ତାରିଖ ଘୋଷଣା ଦାଵିରେ ଅଖିଳ ଭାରତ ଛାତ୍ର ସଂଘ ସହଵନ୍ଧିତ ନିଖିଳ ଓଡିଶା ଡି.ଇଏଲ୍.ଇଡି.ଛାତ୍ର ସଂଘ ପକ୍ଷରୁ ମାଧ୍ଯମିକ ଶିକ୍ଷା ଵୋର୍ଡ କଟକ ଵଜ୍ର କବାଟି ରୋଡ ସ୍ଥିତ କାର୍ଯ୍ଯାଳୟକୁ ହଜାର ହଜାର ଛାତ୍ରଛାତ୍ରୀ ଘେରାଉ କରି ରଖିଛନ୍ତି। ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଓ ଇଣ୍ଟର୍ଣ୍ଣସିପ୍ ଗତ ଜୁନ୍ ୩୦ପୁର୍ଵରୁ ଶେଷ ହୋଇ ଅଛି। ଚଳିତ ଵର୍ଷ ସମସ୍ତ ଡିଗ୍ରୀ ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା ସେପ୍ଟେମ୍ଵର ପହିଲାରୁ ଆରମ୍ଭ କରିଵାକୁ ୟୁଜିସି ଗାଇଡଲାଇନ୍ ଦେଇଥିଵା ଵେଳେ, ଏସ୍.ସି.ଇ.ଆର୍.ଟି. ମଧ୍ଯ ଗତ ୧୯ ତାରିଖରେ ଅଗଷ୍ଟ ମଧ୍ଯରେ ପରୀକ୍ଷା ଓ ଫଳ ପ୍ରକାଶନ ପାଇଁ ଵିଏସ୍ଇକୁ ଚିଠି ମାଧ୍ଯମରେ ସୂଚିତ କରିଥିଲେ ସୁଦ୍ଧା ଵିଏସ୍ଇ ଏପର୍ଯ୍ଯନ୍ତ ଆମ ଵୋର୍ଡ ପରୀକ୍ଷା ନିର୍ଘଣ୍ଟ ଓ ଫଳ ପ୍ରକାଶନ ତାରିଖ ଘୋଷଣା କଲେ ନାହିଁ।ଅଗଷ୍ଟ ପ୍ରାରମ୍ଭରେ ପରୀକ୍ଷା ଓ ଅଗଷ୍ଟ ଶେଷ ମଧ୍ଯରେ ଫଳ ପ୍ରକାଶନ ନହେଲେ ଏହି ପରୀକ୍ଷାରେ ଯେଉଁମାନେ ଉତ୍ତୀର୍ଣ୍ଣ ହେଵେ, ସେମାନେ ଉଚ୍ଚ ଶିକ୍ଷାରୁ ଵଞ୍ଚିତ ହେଵେ।ଡି.ଇଏଲ୍.ଇଡି. ରେ ତାଲିମ ନେଉଥିଵା ଛାତ୍ରଛାତ୍ରୀ ପ୍ରାଥମିକ ଵିଦ୍ଯାଳୟ ଶ୍ରେଣୀଗୃହରେ ଵରିଷ୍ଠ ଶିକ୍ଷକଙ୍କ ତଦାରଖରେ ଇଣ୍ଟର୍ଣ୍ଣସିପ୍ କରନ୍ତି। ଚଳିତ ଵର୍ଷ ଆଇ.ସି.ଏମ୍.ଆର୍. ସ୍କୁଲ ଖୋଲିଵା ପାଇଁ ଜୁଲାଇ ରୁ କହିଥିଲେ ଵି ସ୍କୁଲ ନ ଖୋଲି ଏଵେ ଅଧ୍ଯୟନ ଓ ଇଣ୍ଟର୍ଣ୍ଣସିପ୍ ଶେଷ କରିଥିଵା ଛାତ୍ରଛାତ୍ରୀଙ୍କୁ ଗାଁମାନଙ୍କରେ ଘରକୁ ଘର ଯାଇ ଛାତ୍ରଛାତ୍ରୀଙ୍କ ଡାଟା ସଂଗ୍ରହ ଓ ଘରକୁ ଘର ଯାଇ ପଢାଇଵାର ଯେଉଁ ଇଣ୍ଟର୍ଣ୍ଣସିପର ଚାପ ଦିଆଯାଉଛି ତାହା କେଵଳ ଅମାନଵୀୟ ନୁହେଁ ପରନ୍ତୁ ମାନଵାଧିକାର ଉଲ୍ଲଙ୍ଘନକାରୀ ଅଟେ। ଚଳିତ ଜୁଲାଇ ୨୩ତାରିଖରେ ଵିଦ୍ଯାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଏଵଂ ପରେ ସଚୀଵଙ୍କଠାରେ ଦାଵି ପତ୍ର ଉପସ୍ଥାପନ ଵେଳେ ଉଭୟେ ଏହି ପରୀକ୍ଷା ଓ ଫଳ ପ୍ରକାଶନ ଅଗଷ୍ଟ ମଧ୍ଯରେ କରାଇଵାର ଗୁରୁତ୍ଵ ଉପଲଵ୍ଧି କରି ଖୁଵ ଶୀଘ୍ର ଏହି ନିର୍ଘଣ୍ଟ ପ୍ରକାଶନର ପ୍ରତିଶ୍ରୁତି ଦେଇଥିଲେ ହେଁ ଆଜି ପର୍ଯ୍ଯନ୍ତ ଘୋଷଣା କଲେ ନାହିଁ।ତେଣୁ ପରୀକ୍ଷା ନିର୍ଘଣ୍ଟ ପ୍ରକାଶନ ସହ ଅଗଷ୍ଟ ମଧ୍ଯରେ ଫଳ ପ୍ରକାଶନ ତାରିଖ ଘୋଷଣା କରି ନଥିଵାରୁ ଆଜି ହଜାର ହଜାର ଡି.ଇଏଲ୍.ଇଡି. ଶେଷ ଵର୍ଷର ଛାତ୍ର ଛାତ୍ରୀ କଟକ ଵଜ୍ର କଵାଟି ରୋଡ୍ ସ୍ଥିତ ମାଧ୍ଯମିକ ଶିକ୍ଷା ପରିଷଦ କାର୍ଯ୍ଯାଳୟ ଘେରାଉ କରି ରଖିଛନ୍ତି। ଛାତ୍ରଛାତ୍ରୀଙ୍କୁ ଧମକ ଓ ମାନସିକ ନିର୍ଯାତନା ଵନ୍ଦ କରାଯାଉ ଵୋଲି ଏଆଇଏସ୍ଏଫ୍ ର ରାଜ୍ଯ ସଭାପତି ସଂଘମିତ୍ରା ଜେନା,ନିଖିଳ ଓଡିଶା ଡି.ଇଏଲ୍.ଇଡି.ଛାତ୍ର ସଂଘ ସଭାପତି ଚନ୍ଦନ କୁମାର ଵିଶ୍ଵାଳ ଘେରାଉ କରିଥିଵା ଛାତ୍ରଛାତ୍ରୀଙ୍କୁ ଉଦଵୋଧନ ଦେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ କରି ଏଆଇଏସ୍ଏଫ୍ ର ପୁର୍ଵତନ ରାଜ୍ଯ ସଭାପତି ଡାକ୍ତର ପ୍ରଶାନ୍ତ ମିଶ୍ର,ପୁର୍ଵତନ ସମ୍ପାଦକ ଜୟନ୍ତ ଦାସ, ପୁର୍ଵତନ ଉପସଭାପତି ଅମରେନ୍ଦୁ ମହାନ୍ତି,ଵିଵେକ କୃଷ୍ଣ ପୃଷ୍ଟି ,କଟକ ଜିଲ୍ଲା ଆଵାହକ ଦୀନେଶ ରଞ୍ଜନ ରାଉତ, ଉତ୍କଳ୍ ମହିଳା ସମିତିର କାର୍ଯ୍ଯକାରୀ ସଭାପତି କ୍ରିଷ୍ଣ ପ୍ରିୟା ମିଶ୍ର, ସଂଘର ସରୋଜ କୁମାର ସାହୁ,ଅଭିଜିତ ସ୍ଵାଇଁ, ଆକାଶ କୁମାର ଦାଶ,ସତ୍ଯଜିତ ସୁନ୍ଦର ପ୍ରଧାନ,ଦୀପ୍ତି ରଞ୍ଜନ ପାତ୍ର,ଜ୍ଯୋତିର୍ମୟୀ ମହାଳିକ,ଓ ପୀତଵାସ ସେଠୀ ପ୍ରମୁଖ ଏହି ଆନ୍ଦୋଳନକାରୀଙ୍କୁ ଉଦଵୋଧନ ଦେଇଛନ୍ତି। ଶେଷ ସୁଚନା ଅନୁସାରେ ଵୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ଆନ୍ଦୋଳନକାରୀଙ୍କ ଠାରୁ ଦାଵିପତ୍ର ଗ୍ରହଣ କରି ମାଟ୍ରିକ୍ ପରୀକ୍ଷା ୨ଦିନ ପରେ ପରୀକ୍ଷା ନିର୍ଘଣ୍ଟ ଘୋଷଣା ସହ ଅଗଷ୍ଟ ମଧ୍ଯରେ ପରୀକ୍ଷା ଓ ଫଳ ପ୍ରକାଶନ ପାଇଁ ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.