ଡିସକଭର ହିଞ୍ଜିଳିକାଟୁ ଓ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତା ।

0 1,199

ହିଞ୍ଜିଳିକାଟୁ,ତା-୦୬/୦୭(ପିପିଟି) ;ବିଶ୍ୱ ମହାମାରୀ କରୋନାର ପ୍ରାଦୁର୍ଭାବ ସାମାଜିକ ସ୍ତରରେ ନ ବ୍ୟାପିବା ନିମନ୍ତେ  ଦେଶରେ ଲାଗୁହୋଇଥିବା ପରିସ୍ଥିତିକୁ ବିନିଯୋଗକରି ଅନେକ ସାମାଜିକ ସଂଗଠନ ତରଫରୁ ବିଭିନ୍ନ ପ୍ରତିଯୋଗିତାମାନ ଅନଲାଇନ ମାଧ୍ୟମରେ କରାଯାଉଛି । ଏହି ସମୟରେ କରୋନା ମହାମାରୀରୁ ରକ୍ଷା ପାଇବା ନିମନ୍ତେ ସଭିଙ୍କୁ ଘରେ ରହିବାକୁ ନିର୍ଦେଶ ଥିବାବେଳେ, ସେମାନଙ୍କର ସୃଜନଶୀଳତାକୁ ଉନ୍ନମୋଚନ କରିବା ଏବଂ ଗୁଣାତ୍ମକ ସମୟ ଅତିବାହିତ କରିବାର ସୁଯୋଗ ପ୍ରଦାନ କରିବା, ଚିତ୍ରାଙ୍କନ, ଗୀତ,ନୃତ୍ୟ, କବିତା ସଙ୍କଳନ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଗୁଡିକରେ ବିଭିନ୍ନ ବୟସ ବର୍ଗର ଲୋକମାନେ ଅଂଶ ଗ୍ରହଣ କରୁଛନ୍ତି। ଏହିପରି ଭାବେ ଆଞ୍ଚଳିକ ସାମାଜିକ ସଂଗଠନ ,” ଡିସକଭର ହିଂଜିଳିକାଟୁ” ଓ ହିଂଜିଳିକାଟୁ ପୌର ପରିଷଦର ମିଳିତ ସହଯୋଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମୁଦାୟ ୧୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ  କରିଥିଲେ । ସେଥିମଧ୍ୟରୁ ବାଂଲାଦେଶରୁ ୪ ଜଣ ଫିଲିପାଇନ୍ସ ରୁ ଜଣେ ଏବଂ ଭାରତର ବିଭିନ୍ନ ରାଜ୍ୟ ଓଡିଶା, ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ହରିୟାଣା, ଝାରଖଣ୍ଡ, ବେଷ୍ଟ ବେଙ୍ଗଲ ରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ୩ଟି “ଏ, ବି, ସି” ଭିନ୍ନ ଶ୍ରେଣୀ ରହିଥିଲା । ଗ୍ରୁପ ଏ ପାଇଁ “ମାଇଁ ସିଟି କ୍ଲିନ ସିଟି” , ଗ୍ରୁପ ବି ପାଇଁ ” ଇମ୍ପାକ୍ଟ ଅଫ ସୋସିଆଲ ମିଡ଼ିଆ”, ଗ୍ରୁପ ସି ପାଇଁ “ପୋଜେଟିଭି ଇଫେକ୍ଟ ଅଫ କୋଭିଡ-୧୯”  ପରି ବିଷୟବସ୍ତୁ ରହିଥିଲା। ଗ୍ରୁପ ଏ ରେ ୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ଓଡ଼ିଶା ଝାରସୁଗୁଡାର ଅଷ୍ଟମ ଶ୍ରେଣୀ ଛାତ୍ର ନିଶାନ୍ତ କୁମାର ପ୍ରଥମ ସ୍ଥାନ ଓ ଭୁବନେଶ୍ୱରରୁ ସପ୍ତମ ଶ୍ରେଣୀ ଛାତ୍ର ବସ୍ବତ ଦାସ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଗ୍ରୁପ ବି ରେ ୫୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ମହାରଷ୍ଟ୍ର ମୁମ୍ବାଇର ଦଶମ ଶ୍ରେଣୀ ଛାତ୍ରୀ ସଂସ୍କୃତି ସ୍ୱାଧୀନ ପାତ୍ର ପ୍ରଥମ ସ୍ଥାନ ଓ ହରିୟାଣା ହିସାର ରୁ ନବମ ଶ୍ରେଣୀ ଛାତ୍ରୀ ସ୍ୱପ୍ନା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଗ୍ରପ ସି ରେ ୩୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଗୁଜରାଟ ଅହମଦାବାଦ କଳା ମହାବିଦ୍ୟାଳୟର ଛାତ୍ର ପ୍ରଦୀପ ହିମ୍ମତବାଇ ବନଲୀୟ ପ୍ରଥମ ସ୍ଥାନ ଓ ବିଜ୍ଞାନ ମହାବିଦ୍ୟାଳୟ ,ହିଂଜିଳିକାଟୁର ଛାତ୍ର  ଅମୟ କୁମାର ପୃଷ୍ଟି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ମୁଖ୍ୟ ବିଚାରକ ଭାବେ ଓଡ଼ିଆ ସିନେମା ଜଗତର କଳାକାର ଏବଂ ଚିତ୍ରକର ଚିନ୍ତାମଣି ବିଶ୍ୱାଳ ଓ ବ୍ରହ୍ମପୁର ର ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ହିଂଜିଳିକାଟୁ ପୌରପରିଷଦ ତରଫରୁ ଅର୍ଥରାଶି, ଇ-ସାର୍ଟିଫିକେଟ ପ୍ରଦାନ କରିବାର ବ୍ୟବସ୍ତା କରିଯାଇଛି । ଡିସକଭର ଅନୁଷ୍ଠାନର  କାଂହୁ ଚରଣ ପଣ୍ଡା , ପ୍ରଭୁଦତ୍ତ ପାତ୍ର , ରାଜରାମ ସ୍ୱାଇଁ ଏହି ପ୍ରତିଯୋଗିତାକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.