କୋଦଳା,୧୫/୦୭(ପିପିଟି); ଲଗାତାର ବୃଦ୍ଧି ପାଉଥିବା ପେଟ୍ରୋଲ ,ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ରନ୍ଧନ ତୈଳ, ଔଷଧର ଦର ବୃଦ୍ଧିକୁ ନେଇ ରାଜ୍ୟ ସିପିଆଇ, ସିପିଆଇଏମ ପକ୍ଷରୁ ୬ ଘଣ୍ଟା ଓଡିଶା ବନ୍ଦ ଡାକରା ଦିଆଯାଇଛି l ରାଜ୍ୟରେ ଶାସକ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ମିଳିତ ଭାବେ ଦେଶ ଓ ରାଜ୍ୟରେ ୫୬ ଥର ଦର ବୃଦ୍ଧି ଘଟାଇ ସାରିଲେଣି ଓ ରାଜ୍ୟରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ମଧ୍ୟ ଅହେତୁକ ଦରଦାମ ବୃଦ୍ଧି ଘଟି ଚାଲିଛି । ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର ଶହେ ଟପିଲାଣି ଏହାର ପ୍ରତିବାଦ କରି ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୬ ଘଣ୍ଟିଆ ଧର୍ମଘଟ କରାଯାଇଛି । ସିପିଆଇ କର୍ମୀ ଆଜି ସକାଳୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରିବା ସହିତ ପିକେଟିଂ ମଧ୍ୟ କରିଥିଲେ । ଅହେତୁକ ଦରଦାମ୍ ବୃଦ୍ଧି ଫଳରେ ଲୋକେ ଅତିଷ୍ଠ ହେଲେଣି ଯାହା ଫଳରେ କୌଣସି ଜିନିଷ କିଣିବା ପାଇଁ ଲୋକେ କଷ୍ଟ ଅନୁଭବ କରୁଛନ୍ତି ବୋଲି ସି ପି ଆଇ କର୍ମୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସିପିଆଇ ନେତା ରଙ୍କନାଥ ସ୍ୱାଇଁ, ସତ୍ୟବାଦୀ ସ୍ୱାଇଁ, ଜୟକୃଷ୍ଣ ନାହାକ, ନାରାୟଣ ସେଠୀ, ଲକ୍ଷ୍ମଣ ସ୍ୱାଇଁ, କମଳ ଲୋଚନ ଗୌଡ଼, ଉଦୟ ନାଥ ନାହାକଙ୍କ ସମେତ ବହୁ ସିପିଆଇ କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )