ଡିଏଭି ପବ୍ଲିକ ସ୍କୁଲରେ ରାସପୂର୍ଣ୍ଣିମା ପାଳନ ।

0 282

ଭଞ୍ଜନଗର,୧୯/୧୧(ପିପିଟି): ଡ଼ିଏଭି. ପିଟି.ଏସ.ଆର ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ରାସପୂର୍ଣ୍ଣିମା ପର୍ବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା । କଥାରେ ଅଛି ଯେ ଓଡିଶା ରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ତେଣୁ ସମସ୍ତ ପର୍ବ ମଧ୍ୟରେ ଏହି ରାସପୂର୍ଣ୍ଣିମା ପର୍ବ ଅନ୍ୟତମ । ଓଡ଼ିଶାର ଓଡ଼ିଆ ପୌରାଣିକ କାହାଣୀ ଓ ଗ୍ରନ୍ଥକୁ ଆଧାରିତ କରି ସାଧବ ପୁଅ ଘରର ବୋଇତ ବନ୍ଦାଣ କାହାଣୀଟିକୁ ନାଟକ ରୂପେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଦର୍ଶିତ କରିଥିଲେ । ଯଦ୍ଵାରା ଛାତ୍ରଛାତ୍ରୀ ମାନେ ଓଡ଼ିଆ ସାଧବ ଘରର ପୂର୍ବ ସୃତି ତଥା ଓଡ଼ିଶାର ପରମ୍ପରାକୁ ବଜାୟ ରଖିବାକୁ ସମର୍ଥ ହୋଇପାରିବେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଲଷ୍ମୀ ବିଷୋୟୀ ଏହି ପର୍ବର ମହତ୍ତ୍ୱ ସମ୍ପର୍କରେ ଅତି ସୁନ୍ଦର ଭାବରେ ବକ୍ତବ୍ୟ ରଖିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ଏହି ପର୍ବର ଉଦେଶ୍ୟ ଓ ମହିମା ଅତ୍ୟନ୍ତ ସୁନ୍ଦର ଶୈଳୀରେ ପ୍ରତିପାଦନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ଡ଼ଙ୍ଗା ଭଷାଣ କାର୍ଯ୍ୟ କରିଥିଲେ । ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପାଦନ ହୋଇଥିଲା ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.