ଟ୍ରାକ୍ଟର ଓଲଟି ଦୁଇ ଜଣ ମୃତ୍ୟୁ ଆଉଜଣେ ଅଳ୍ପକେ ବର୍ତିଲେ ।

0 433


ଉଲୁଣ୍ଡା,ତା-୨୩/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ମୂର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ମାଣିକପୁର ଗାଁରେ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ଆଉ ଜଣେ ଅଳ୍ପକେ ବେଟି ଯାଇଛନ୍ତି । ମୃତକ ଦୁଇଜଣ ମାଣିକପୁର ଗାଁର ଶେଖର ଭୋଇ(୧୯) ଏବଂ ସଂଜୀବ ଭରାସାଗର ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ ଗତ କାଲି ଅପରାହ୍ନ ୩ ଟା ସମୟରେ ଟ୍ରାକ୍ଟରରେ ରୋଟାଭେଟର ଲଗାଇ ବିଲକୁ ଧାନ ବୁଣିବା ପାଇଁ ନେବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଟି ଓଲଟି ପଡିଥିଲା ।ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ଗ୍ରାମର ଆଉ ଜଣେ ଯୁବକ ଶତୃଘନ ବେହେରା ଟ୍ରାକ୍ଟରରୁ ଡେଇଁ ପଡିବା ଫଳରେ ଅଳ୍ପକେ ବର୍ତୀ ଯାଇଛନ୍ତି । ଘଟଣା ସ୍ଥଳରେ ବିରମହାରାଜପୁର ଦମକଳ ବାହିନୀ ପହଂଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇଥିଲେ ।ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।ସୂଚନାଯୋଗ୍ୟ ଯେ ଶେଖର ଭୋଇ ଜଣେ ମେଧାବୀ ଛାତ୍ର ଥିଲେ  ସେ ଭୁବନେଶ୍ୱର ଏକ ଘରୋଇ କଲେଜରୁ ବିଜ୍ଞାନରେ +୨ ସାରିବା ପରେ ସୁବର୍ଣ୍ଣପୁର ମଡେଲ ଡିଗ୍ରୀ କଲେଜରେ ନାମ ଲେଖାଇଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.