ଟେଣ୍ଟ୍ ମାଲିକ ସଂଘ ପକ୍ଷରୁ ଉପ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

0 437

ପଦ୍ମପୁର,୦୭/୦୭(ପିପିଟି);ବରଗଡ ଜିଲ୍ଲାରେ କରୋନାଭଳି ମହାମାରୀ ପାଇଁ ବ୍ୟବସାୟରେ ଲିପ୍ତଥିବା ଟେଣ୍ଟ ହାଉସ ମାଲିକ ମାନେ ବେ-ସାହାରା  ହୋଇ ପଡିଛନ୍ତି । ଏଭଳି ପରିସ୍ଥିତିରେ ପଦ୍ମପୁର ଉପଖଣ୍ଡ ଟେଣ୍ଟ ମାଲିକ ସଂଘ ଆଜି ଉପ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଠିକ ବିବାହ ପାର୍ବଣ ସମୟରେ ଦ୍ରୁତଗତିରେ କରୋନା ଭଳି ମହାମାରୀ ଦେଶକୁ ଚାଲିଆସିବା ଫଳରେ ସରକାର ଜନଜୀବନ ରକ୍ଷା ଉଦ୍ଦେଶ୍ୟରେ ହଠାତ ଦେଶକୁ ଲକଡାଉନ କରିଦେଲେ ଯାହା ଫଳରେ ବିବାହ ପାର୍ବଣ ସହ ସଭାସମିତି ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଛି । ଏଭଳି ପରିସ୍ଥିତିରେ ଟେଣ୍ଟ ହାଉସ ମାନଙ୍କ  ପେଟ ଚାଖଣ୍ଡକ ପାଇଁ ପରିବାର ପୋଷଣ ସକାଶେ କାମ କରୁଥିବା ପିଲା ମାନଙ୍କ ଅବସ୍ଥା ସାଂଘାତିକ ହୋଇ ପଡିଛି । ମାଲିକ ମାନେ କେତେ ଦିନ ସେମାନଙ୍କ ପରିବାର ପ୍ରତି  ପୋଷଣ କରିପାରିବେ  । ଏହାକୁ ନେଇ ଦିଗହରା ହୋଇ ଆଜି ସ୍ଥାନୀୟ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ପଦ୍ମପୁର ଟେଣ୍ଟ ହାଉସ ମାଲିକ ସଂଘର ସଭାପତି ରାମ ନାରାୟଣ ଦାସ ଓ ଉପସଭାପତି ସୌମାର୍କ୍ୟ ପଟ୍ଟନାୟକ ଏବଂ ସାଥିଗଣ ମିଳିତ ହୋଇ ସମସ୍ୟାର ସମାଧାନ  କରି ରାହା ଦେଖାଇବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.