ଜିଲ୍ଲାରେ ସ୍ବୟଂଚାଳିତ ପ୍ରଣାଳୀ କାର୍ଯ୍ୟରେ ତ୍ୱରାନ୍ୱିତ ଓ ସ୍ୱଚ୍ଚ୍ଥତା ଆଣିବ, ଜିଲ୍ଳାପାଳ ।

0 159

ଯାଜପୁର,(ପିପିଟି ନ୍ଯୁଜ୍ ) ୧/୬: ପ୍ରତ୍ୟେକ ସରକାରୀ କାର୍ଯ୍ୟକୁ ଉନ୍ନତ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ଉପଯୋଗରେ ପରିଚାଳିତ କରିବାକୁ ଜିଲ୍ଳାପାଳ ରଂଜନ କୁମାର ଦାସ ସମସ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି ।  ସୋମବାର ପୂର୍ବାହ୍ନରେ ଜିଲ୍ଳାପାଳ ସମ୍ମିଳନୀ କକ୍ଷରେ ଡ୍ୟାସ(ଊଇଝ) ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ  କାର୍ଯ୍ୟ, ପ୍ରକଳ୍ପ ବା ଅଭିଯୋଗକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ବୈଷୟିକ ଉପଯୋଗ ସହ ବିଜ୍ଞାନ ସମ୍ମତ ଭାବେ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା । ପାରମ୍ପାରିକ ଭାବେ ଅଫ୍ ଲାଇନରେ ବିଭିନ୍ନ କାର୍ଯ୍ୟ କଲାବେଳେ ସାଧାରଣତଃ ଅଧିକ ସମୟ, ଅଧିକ ଲୋକ ଲାଗିବା ସହ ତୃଟିର ସମ୍ଭାବନା ରହିଥାଏ ।  ତେବେ ଏହି ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ୍ ମାଧ୍ୟମରେ ଏହା ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଚ୍ଥତାର ସହ ହୋଇପାରିବ ବୋଲି ଶ୍ରୀ ଦାସ  କହିଥିଲେ । ଏହାଚ୍ଥଡା ପ୍ରକଳ୍ପ ବା ଟିଠିଟି କେଉଁ ସ୍ଥାନରେ ରହିଚ୍ଥି , କେତେ ସମୟ ରହିଚ୍ଥି ତାହାକୁ ମଧ୍ୟ ମନିଟରିଂ କରାଯାଇପାରିବ ।ଯେହେତୁ ଏହି ବ୍ୟବସ୍ଥା ଦ୍ୱାରା ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଆବେଦନକାରୀ ପର୍ଯ୍ୟନ୍ତ ସୂଚନା ପ୍ରଦାନ କରାଯାଉଛି , ତେଣୁ ବିଳମ୍ୱ କ୍ଷେତ୍ରରେ ସଂପୃକ୍ତ ଅଧିକାରୀ ବା କର୍ମଚାରୀଙ୍କୁ ଉତ୍ତରଦାୟୀ କରାଯାଇ ପାରିବ ।  ଅପର ପକ୍ଷରେ କେତେକ କ୍ଷେତ୍ରରେ କୈାଣସି ସୁବିଧା ହିତାଧିକାରୀ ଥରେ ପାଇଥିଲେ ପରବର୍ତ୍ତୀ ସମୟରେ ତାହା ମଧ୍ୟ ଧରିବା ସହଜ ହୋଇପାରିବ ।  ତେଣୁ ପ୍ରତ୍ୟେକ ବିଭାଗର ଡାଟା ଏଣ୍ଟ୍ରି ଅପରେଟର, କମ୍ପ୍ୟୁଟର ପ୍ରୋଗ୍ରାମର ଓ କର୍ମଚାରୀମାନେ ଏହାକୁ ବିଷଦ ଭାବେ ଅବଗତ ହେବାକୁ ଜିଲ୍ଳାପାଳ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଳ୍‌ାକୁ ପ୍ରୋବେସନର ଭାବେ ଆସିଥିବା ଟ୍ରେନିଂ ଆଇ.ଏ.ଏସ୍‌. ଅପିଂସର ପାୱାର ସଚିନ ପ୍ରକାଶ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଳାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍‌.ଓ.  ଡା. ସୁଧାଂଶୁ ଶେଖର ବଳ, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ,  ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ସହକାରୀ ଜିଲ୍ଳାପାଳ ତିଳୋତ୍ତମା ପୃଷ୍ଟି, ଜିଲ୍ଳ୍‌ା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା, ସମାଜ ମଙ୍ଗଳ ଅଧିକାରୀ ସ୍ମୃତି ରଂଜନ ସାମନ୍ତରାୟ, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ରଥ, ଡି.ଏମ୍‌.ଏପଂ. ନୋଡାଲ ଅପିଂସର ଶୁଭାଶିଷ କୁମାର, ଡି.ଏ.ଏସ୍‌. ର ସଂଯୋଜକ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.