ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ;ସୁମଣ୍ଡଳରେ ୭ ଦିନିଆ ସଟ ଡାଉନ ।

0 444

ବେଗୁନିଆପଡା,ତା-୨୬/୦୬(ପିପିଟି);ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଏହାର ସଦୁପଯୋଗ କରୁଛନ୍ତି ସରପଞ୍ଚ । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୂରୂଝୂରି ରେ ପୂର୍ବରୁ ସଟଡାଉନ ଘୋଷଣା ହୋଇସାରିଥିବା ବେଳେ ଶୁକ୍ରବାର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ସରପଞ୍ଚ ସନ୍ତୋସିନୀ ସାହୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ଉକ୍ତ ପଞ୍ଚାୟତରେ ବହୁ ଲୋକଙ୍କ  କରୋନା ପଜିଟିଭି ଥିବା ଜାଣିବା ପରେ ଗୁରୁବାର ଦିନ ସରପଞ୍ଚ ବିଡ଼ିଓ ଓ ତହସିଲଦାରଙ୍କୁ ଜଣାଇବା ପରେ ଶୁକ୍ରବାର ଦିନ ୭ ଦିନିଆ ସଟ ଡାଉନ ଜାରୀ କରିଛନ୍ତି। ଧେଣ୍ଡୁରା  ଦ୍ୱାରା ପ୍ରଚାର କରି ପଞ୍ଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ କି ଆଜି ଠାରୁ ଏହି ସଟ ଡାଉନ ଜାରି କରାଯାଇଛି।ଏଣୁ ଆବଶ୍ୟକୀୟ ଜିନିଷ ପତ୍ର କ୍ରୟ କରି ପ୍ରତ୍ୟକ ପରିବାର ଘରେ ସୁରକ୍ଷିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.