ଜିଲ୍ଲାପାଳ କ୍ଷମତା ପ୍ରୟୋଗକଲେ ସରପଞ୍ଚ ,ଖଣ୍ଡିଆନଈ ହେଲା ୭ ଦିନିଆ ସଟ୍ ଡାଉନ ।

0 420

କୋଦଳା,୨୪/୦୭(ପିପିଟି); ମହାମାରୀ କିଲ୍ଲର କରୋନା ଭୟଙ୍କର ଭାବେ ଦୃତ ଗତିରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇଚାଲିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ବେଗୁନିଆପଡା ବ୍ଲକର ବହୁ ପଞ୍ଚାୟତ ସଟଡାଉନ ଘୋଷଣା କରିଥିବା ବେଳେ ଗତ ୧୭ ତାରିଖ ଖଣ୍ଡିଆନଈ ପଞ୍ଚାୟତର ସ୍ବାବ ରିପୋର୍ଟରେ ୨୪ ପଜିଟିଭ ବାହାରିବାରୂ ଆଜି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି । ଉକ୍ତ ପଞ୍ଚାୟତ ବହୁ ବ୍ୟକ୍ତିଙ୍କ କରୋନା ପଜିଟିଭି ଥିବା ରିପୋର୍ଟ ଅସିବା ପରେ ଗୁରୁବାର ସରପଞ୍ଚ ବେଗୁନିଆପଡା ବ୍ଲକ ବିଡ଼ିଓ କୋଦଳା ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇବା ସହିତ ଶୁକ୍ରବାର ଠାରୁ ୭ ଦିନିଆ ସଟ ଡାଉନ ଘୋଷଣା କରିଛନ୍ତି। ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଞ୍ଚାୟତ ରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରା ଯାଇଅଛି ଯେ ଶୁକ୍ରବାର ଠାରୁ ଏହି ସଟ ଡାଉନ ଜାରି କରାଯାଇଅଛି। ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା , ତେଜରାତି , ଅଣ୍ଡା , ମାଛ ପ୍ରଭ୍ରୂତି ସରକାରଙ୍କ ନିୟମ ମାନି ଦ୍ୱାର ଦ୍ଵାର ବୁଲି ବିକ୍ରି କରିପାରିବେ।ଅନ୍ୟତ୍ର କୌଣସି ଦୋକାନ ବଜାର,ସମସ୍ତ ସାମାଜିକ କାର୍ଯ୍ୟ, ଗାଡି ଚଳାଚଳ, ବନ୍ଦ ରହିବ ।

Leave A Reply

Your email address will not be published.