ଜିଲ୍ଲାପାଳଙ୍କ ପୋଲସରା ଗସ୍ତ ,କୋଭିଡ୍ ୧୯ର ସମୀକ୍ଷା ସହ କୋଭିଡ୍ କେର ହୋମ ବୁଲିଦେଖିଲେ ।

0 1,016

ପୋଲସରା,୦୮/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅମୃତ କୁଲାଙ୍ଗେ ବୁଧବାର ପୋଲସରା ଗସ୍ତରେ ଆସି ଏନ୍ଏସିର କାଉନସିଲ ବୈଠକ ଗୃହରେ କୋଭିଡ୍ ପରିଚାଳନା କମିଟିର ସଦସ୍ୟ ସମେତ କୋଭିଡ୍ କୁ ନେଇ କାର୍ଯ୍ୟ ସମ୍ପାଦନ କରୁଥିବା ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିଭଳି  କରୋନାକୁ ନେଇ ଆମେ ଲଢେ଼ଇ କରିପାରିବା ତା ସହିତ ଟ୍ରେସଆଉଟ କରି ଚିହ୍ନଟ କରିବା ଲୋକମାନେ କେମିତି ଭୟଭୀତ ନହୋଇ ତଥ୍ୟ ପ୍ରଦାନ କରିବେ ଆଦିଉପରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ପରେ ରାଣୀପଡ଼ାସ୍ଥିତ କଲ୍ୟାମଣ୍ଡପ ମଧ୍ୟରେ କରାଯାଇଥିବା ୨୦ଶଯ୍ୟା ବିଶିଷ୍ଟ କୋଭିଡ୍ କେର ହୋମକୁ ବୁଲି ଦେଖିବା ସହ ଶୌଚାଳୟ, ରୋଗୀମାନେ ଗରମ ପାଣି ବ୍ୟବହୃତ ଲାଗି ମେସିନ ଆଦି ସବୁ ଆଗରୁ ପ୍ରସ୍ତୁତି ରଖିବା ଦେଖି ଜିଲାପାଳ ଖୁସି ପ୍ରକଟ କରିଥିଲେ।ଜିଲ୍ଲାପାଳ ଙ୍କ ଗସ୍ତ ବେଳେ ସ୍ପେସିଆଲ ଏଡିଏମ ପାରୁଲ ପଟୱାରୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ବିଡ଼ିଓ ଶମ୍ଭୁନାଥ ନନ୍ଦି,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶ୍ନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.