ଜିଲ୍ଲାପରିଷଦ ଅଧ୍ୟକ୍ଷା ଖାଦ୍ୟ ପ୍ରସ୍ତୁତ କଲେ ।

0 528

ପଦ୍ମପୁର,(ପିପିଟି ନ୍ଯୁଜ୍)୦୮/୦୪:- ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏଇ କିଛିଦିନ ହେଲା ଦିନରାତିକୁ ଏକାକାର କରି ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରି ନିରିହ,ନିଃସହାୟ ଖଟିଖିଆ ଦିନ ମଜୁରିଆ କିଭଳିଭାବେ ଲକଡାଉନ ସମୟ ରେ ଚଳୁଛନ୍ତି ତାହା ପରଖିବା ପାଇଁ ଲକଡାଉନ ଦିନଠାରୁ ତୋଫାନୀ ଗ୍ରସ୍ଥ କରିଆସୁଛନ୍ତିା ଏପରିପେକ୍ଷୀ ରେ ଗତ ସୋମବାର ଦିନ ହଠାତ ବାଦିକଟା ପଂଚାୟତ ଗ୍ରସ୍ତ କରି ବୁଢ଼ାବୁଢ଼ି,ନିସହାୟ ଲୋକ ଓ ଓଡିଶା ଜୀବିକା ମିଶନ ପଂଚାୟତ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଅନୁସାରେ କିଭଳି ୩୦ଟଙ୍କିଆ ଖାଦ୍ୟପ୍ରସ୍ତୁତ ଚାଲିଛି ସେ ସମ୍ପର୍କ ରେ ଆଲୋଚନା ହୋଇଥିଲା । ଏଭଳି କାର୍ଯ୍ୟକ୍ରମ ରେ ମ୍ୟାଡମ ଙ୍କୁ ଦେଖି ନିରିହ ବୁଢ଼ାବୁଢ଼ି ମାନେ ତୁ ତୋହାତ ରେ କେବେ ରାନ୍ଧି ଖାଇବାକୁ ଦେବୁରେ ମାଁ କହିବାରୁ ଆଜି ସକାଳେ ବାଦିକଟା ଗ୍ରାମପଂଚାୟତ ରେ ପହନଂଚି ନିଜେ ସ୍ୱାଦିଷ୍ଟ  ବ୍ୟଂଜନ ପ୍ରସ୍ତୁତ କରି ନିରିହ ଲୋକ ଙ୍କୁ ନିଜ ହାତ ରେ ପରସି ଥିଲେ । ଉକ୍ତ ରନ୍ଧନ  ଶାଳ ପ୍ରତ୍ୟହ ସଂପାଦନା କର୍ବାପାଇଁ ବାଦିକଟା ପଂଚାୟତ ର ସମିତି ସଭ୍ୟା ବବିତା ପ୍ରଧାନ, ସୁରେଶ ସାହୁ,ଶେଷଦେବ ପ୍ରଧାନ(ୱାଡମେମ୍ବର ), ବାଦିକଟା ହାଇସ୍କୁଲ ର ଶିକ୍ଷକ ତେଜରାଜ ସ୍ୱାଇଁ ଙ୍କ ତତ୍ୱାବଧାନରେ ସବୁଦିନେ ୧୭୦ ଜଣ ଙ୍କ ଖାଦ୍ୟ ପଂଚାୟତ ସ୍ତରୀୟ ଓଡିଶା ଜୀବିକା ମିଶନ ର ସଭ୍ୟା ତଥା କର୍ମକର୍ତା ଶ୍ରୀମତି ଦୁର୍ଗେସିନୀ ସ୍ୱାଇଁ(ପି.ଏ.ଜି),ସି.ଆର୍.ପି-ସୁଦେଶ୍ନା ହୋତା,ସୀମା ଭୋଇ,ଜୟକୁମାରୀ ମାଝି, ସୁରୁନନୀ ପ୍ରଧାନ,ପଙ୍କଜିନୀ ପ୍ରଧାନ,ମହିମା ପ୍ରଧାନ,ସଖି ସାମନୀ,ଲୋଚନା ବରିହା ସମେତ ବିନ୍ଧ୍ୟ ବାସିନୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ ଗାଁକୁଗାଁ ଯାଇ ନିଃସହାୟ ଲୋଙ୍କ ପାଖରେ ସଠିକ ସମୟ ରେ ଆହାର ପହଂଚାଇ ପାରୁ ଥିବାରୁ ଶେଷ ରେ ଅଧ୍ୟକ୍ଷା ମୁକ୍ତା ସାହୁ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.