ଜାରକା ରୋଟାରୀ କ୍ଲବ୍ ପକ୍ଷରୁ  ନିଜସ୍ୱ ଉଦ୍ୟମରେ ଅସହାୟ ପରିବାର ପାଇଁ ତିଆରି କଲେ ଅସ୍ଥାୟୀ ଗୃହ ।

0 395

ଯାଜପୁର,୨୩/୦୮(ପିପିଟି); ଲଘୁଚାପଜନିତ ପ୍ରବଳ ବର୍ଷାରେ ଭାଙ୍ଗିଛି ଅନେକ କଚ୍ଚା ଘର । କେଉଁଠି କାନ୍ଥ ପଡିଛି ତ ଆଉ କେଉଁଠି ଝାଟିମାଟି ଘର ମାଟିରେ ଲୋଟିଛି । ଫଳରେ ଦୁର୍ଦ୍ଦିନରେ ବିତୁଛି ବିପନ୍ନଙ୍କ ଜୀବନ । ତେବେ ଏଭଳି ସମୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ।ଯାଜପୁର ଜିଲ୍ଲା ଜାରକା ପଂଚାୟତ ଟିକରସାହିରେ ରହୁଛନ୍ତି ଅନେକ ଆଦିବାସୀ ପରିବାର । ପ୍ରଥମ ଲଘୁଚାପ ବର୍ଷାରେ ଏମାନଙ୍କ ଘରେ ବର୍ଷା ପାଣି ପଶିଥିଲା । ପ୍ରବଳ ବର୍ଷାରେ ସାହିର ଦୈତାରୀ ସାମଲଙ୍କ ପରିବାର ସଂପୂର୍ଣ୍ଣ ବେସାହାରା ହୋଇଛି । ବର୍ଷାରେ ଚାଳ ଛପର ଘର ଭାଙ୍ଗି ଯାଇଥିଲା । ଘରେ ପାଳିଥିବା ଛେଳି ମଧ୍ୟ କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ହୋଇଥିଲା ।  ଘରେ  ପାଣି ପଶିବା ଦେଖି  ଦୈତାରୀ ପିଲା ଛୁଆ ଓ ସ୍ତ୍ରୀଙ୍କୁ ଧରି ରାସ୍ତା ଉପରକୁ ଚାଲି ଆସିଥିଲେ । ଫଳରେ ଏକ ସପ୍ତାହ ହେବ ପଲିଥିନ୍ ଟାଙ୍ଗି ରାସ୍ତା ରହୁଥିଲେ। ତେବେ ଏହି ଦୁର୍ଦ୍ଦିନ ସମୟରେ ଜାରକା ରୋଟାରୀ କ୍ଲବ୍ ପକ୍ଷରୁ ଏହି ଅସହାୟ ପରିବାରକୁ ସହାୟତାର ହାତ ବଢାଇଛି । ଏହି ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ କ୍ଲବ ପକ୍ଷରୁ ଏକ ଅସ୍ଥାୟୀ ଗୃହର ବ୍ୟବସ୍ଥା କରାଯାଇଛି । କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ନିଜସ୍ୱ ଉଦ୍ୟମରେ ସିମେଂଟ ଖୁଂଟ, ବାଉଁଶ ଓ ପଲିଥିନ ଆଣି ଏହି ପରିବାର ପାଇଁ ଅସ୍ଥାୟୀ ବାସସ୍ଥଳୀ ନିର୍ମାଣ କରିଛନ୍ତି । କେବଳ ସେତିକି ନୁହେଁ ବର୍ଷା ପର ଠାରୁ ଏହି ବିପନ୍ନ ପରିବାରକୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗଇ ଆସୁଛନ୍ତି । ଏହି ସାହାଯ୍ୟ ପାଇଁ ଦୈତାରୀଙ୍କ ପରିବାର ରୋଟାରୀ କ୍ଲବ ସଦସ୍ୟ ଉପରେ ଖୁସି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ଲବର ସଂପାଦକ ଜୟପ୍ରକାଶ ତ୍ରିପାଠୀ, ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ବରାଳ, ଜୟନ୍ତ କୁମାର ସାହୁ, ରୋଟାରିଆନ ପ୍ରମୋଦ କୁମାର ସାମଲ, ସୁକାନ୍ତ କୁମାର ସ୍ୱାଇଁ, ରାଜେନ୍ଦ୍ର ପଲେଇ, ପ୍ରଶାନ୍ତ ପୃଷ୍ଟି, ଅକ୍ଷୟ ମିଶ୍ର ପ୍ରମୁଖ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.