ଜାତୀୟ ପତାକାକୁ ଅସମ୍ମାନ ।

0 63

ଉଲୁଣ୍ଡା,୧୫/୦୮(ପିପିଟି); ଜାତୀୟ ପତାକାକୁ ଅସମ୍ମାନ । ପତାକାକୁ ଉତ୍ତୋଳନ ନକରି ତଳେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର ସଂଗ୍ରାମପୁର ଗ୍ରାମ ପଞ୍ଚାୟତ ପରିସରର । ସୂଚନା ଅନୁସାରେ ଏଠାରେ ସ୍ଥାନୀୟ ସରପଞ୍ଚଙ୍କ ଅନୁପସ୍ଥିତିରେ କିଛି ୱାର୍ଡ ମେମ୍ବର ପତାକା ଉତ୍ତୋଳନ କରିବା ପାଇଁ ଆସିଥିଲେ । ହେଲେ ପତାକାକୁ ଦିର୍ଘ ସମୟ ଧରି ଏଭଳି ଅବସ୍ଥାରେ ତଳେ ପକାଇ ରଖିଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.