ଜାତିଗତ ନିର୍ଯାତନା ଓ ଆକ୍ରମଣ ମାମଲାରେ କେଶରୁଜୁ ନକରିବା ଏବଂ ଗାଁରୁ ତଡିଦେବାକୁ ଧମକ ଦେବା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ ।

0 2,205

ସାନଖେମୁଣ୍ଡି,୨୭/୦୮(ପିପିଟି) ପାଟପୁର ଥାନା ଅନ୍ତର୍ଗତ ପଟିଗୁଡ଼ା ପଞ୍ଚାୟତର ବ୍ରାହ୍ମଣପଙ୍କ ଗ୍ରାମର ଦଳିତ ଲୋକ ମାନଙ୍କୁ ଜାତିଗତ ନିର୍ଯାତନା ଏବଂ ଆକ୍ରମଣର ଶିକାର ହୋଇ ଥାନାରେ ଅଭିଯୋଗ କଲେ ଥାନା ବାଲା କେଶ ରୁଜୁ କରିବା ବଦଳରେ ସେମାନଙ୍କୁ ଓଲଟା ଧମକାଉ ଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଗତ ୨୪-୦୮-୨୦୨୦ ତାରିଖର ସନ୍ଧ୍ୟା ସମୟରେ ଗଣେଶ ପୂଜାକୁ କେନ୍ଦ୍ର କରି ଗ୍ରାମର ସବର୍ଣ୍ଣ ଲୋକ ମାନେ ଦଳିତ ଲୋକ ମାନଙ୍କ ଜାତିଗତ ଉଦ୍ଦେଶ୍ୟକୁ ନେଇଁ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ଦଳିତ ଲୋକ ମାନେ ପାଟପୁର ଥାନାରେ ୨୫-୦୮-୨୦୨୦ ତାରିଖରେ ଏକ ଏତଲା ଦେଇଥିଲେ କିନ୍ତୁ ବଡ଼ ଦୁଃଖର ବିଷୟ ଥାନା ଦାୟିତ୍ବରେ ଥିବା ମହିଳା ଏସଆଇ ଦଳିତ ଲୋକ ମାନଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିବା ପରିବର୍ତ୍ତେ ଦଳିତ ଲୋକ ମାନଙ୍କୁ କେଶ ନ ଦେବା ପାଇଁ ଧମକାଇ ଅଭିଯୋଗ କରିବାକୁ ଆସିଥିବା ୪ଜଣ ସଦସ୍ୟଙ୍କୁ ଥାନାରେ ଅଟକାଇ ରଖିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଦଳିତ ଲୋକ ମାନେ ପୋଲିସ ମ୍ୟାଡ଼ମ୍ ଙ୍କ କଥାରେ ରାଜି ନ ହେଲେ ତେବେ ଆଗାମୀ ଦିନରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଛନ୍ତି । ଦଳିତ ଲୋକ ମାନଙ୍କ ବିରୋଦ୍ଧରେ ସବର୍ଣ୍ଣ ଲୋକ ଦେଇଥିବା ପ୍ରଥମ ଏତଲାରେ ୧୦ ଜଣ କୁ ନାମିତ କରାଯାଇଥିବା ବେଳେ ଏସଆଇ ମ୍ୟାଡମ୍ ତାକୁ ବଦଳାଇ ଏକ ନୂଆଁ ଏତଲା କରି ୧୦ ଜଣ ପରିବର୍ତ୍ତେ ଗ୍ରାମର ୩୦ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ଗତ କାଲି ରାତିରେ ଗ୍ରାମର ଭାଗବତ ମହାପାତ୍ର,ବୁଲୁ ଗୌଡ଼,ଚନ୍ଦନ ଗୌଡ଼,ପପୁନୁ ଗୌଡ଼,ପ୍ରମୁଖ ଦଳିତ ଲୋକ ରହୁଥିବା ସାହିକୁ ଯାଇ କେଶ ଉଠାଇ ଆମସହ ରାଜିନାମା ନକଲେ ସମସ୍ତଙ୍କୁ ବାଡେଇବା ସହ ଗାଁରୁ ଗୋବର ମାରି ବେକରେ ଚପଲ ମାଳ ଗଳେଇ ତଡିଦେବୁ ବୋଲି ଧମକ୍ ଦେଇଥିଲେ । ଦଳିତ ଲୋକ ମାନେ ଉପାୟ ଶୂନ୍ୟ ହୋଇ ଜୀବନ ବିକଳରେ ନ୍ୟାୟ ପାଇବା ପାଇଁ ଭାଲ ଚନ୍ଦ୍ର ଷଡଙ୍ଗୀ ଓ ପ୍ରତାପ ପ୍ରଧାନଙ୍କ ନେତୃତ୍ବରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷଙ୍କୁ ଏକ ଲିଖିତ ଭାବେ ନିବେଦନ କରିଛନ୍ତି । ଏଠି ରକ୍ଷକ ହିଁ ଭକ୍ଷଖ ହୁଏ ତେବେ ନିରୀହ ଲୋକ ମାନଙ୍କ ଜୀବନକୁ କିଏ ସାହା ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.