ଜଳ ବନ୍ଦୀ, ତରୀରେ ନବ ଦମ୍ପତି ।

0 553

ପଦ୍ମପୁର,୦୩/୦୭(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପ ଖଣ୍ତ ଚର୍ଦାପାଲି ଗ୍ରା.ପ.ର ପ୍ରାୟ ୫ହଜାର ଲୋକ ବର୍ଷାଦିନରେ ଜଳ ବନ୍ଦୀ ଜୀବନଯାପନ କରିଥାନ୍ତି ।ସେମାନଙ୍କର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆସିଯାଏ । ଘରୁ ଗୋଡ କାଢି କୌଣସି ଜାଗାକୁ ଯିବାକୁ ହେଲେ,୧ଘଣ୍ଟା ପୂର୍ବରୁ ବାହାରିବାକୁ ହୁଏ। କାରଣ ଜଳବନ୍ଦୀଙ୍କ  ପାଇଁ ଡଙ୍ଗା ହିଁ ଯାନବାହାନ ହୋଇଥାଏ ।ଡଙ୍ଗାର ସମୟକୁ ଅପେକ୍ଷା କରିବାକୁ ହୁଏ। କୌଣସି ଗର୍ଭବତୀ ମହିଳା କିମ୍ବା ବୟୋବୃଦ୍ଧଂକ ସ୍ବାସ୍ଥ୍ଯ ସମସ୍ୟା ଦେଖାଦେଲେ ମାନସିକ ସନ୍ତୁଳନ ଫେଲ୍ ମାରିଯାଏ। ନବ ବିବାହିତା ବୋହୁ ଜୀବନକୁ ପାଣି ଛଡାଇ ତରୀରେ ବସିଥାଏ। କାରଣ ତା ବାପା ଘରେ ଡଙ୍ଗା କଣ ଜାଣି ନ ଥାଏ । ଏପରି ଏକ ଉଦାହରଣ ଦେଖିବାକୁ ମିଲିଛି,ଲଖମରା ଚର୍ଦାପାଲି ଅଂଗ ନଦୀରେ। ନବ ଦମ୍ପତି ଡଙ୍ଗାରେ ପାରି ହୋଇ ଚର୍ଦାପାଲି ଗ୍ରା.ପ. ଗୁଣ୍ତିଚାଡିହିକୁ ଯିବାକୁ ହେଲା,କିନ୍ତୁ ବୋହୁ ଯିବାକୁ ଅସମ୍ମତ । କାରଣ ନଦୀ ପାଣିରେ ଜୀବନ ଯାତ୍ରା କେବେ ଜାଣି ନ ଥିଲା। ଏହି ଅଂଗନଦୀରେ ଡଙ୍ଗା ପ୍ରତିବଦଳରେ ଏକ ପୋଳ ନିର୍ମାଣ ପାଇଁ ଅନେକ ଥର ନିବେଦନ, ଅନଶନ, ଧର୍ମଘଟ ସରିଯାଇଛି। କେବଳ ପ୍ରତିଶୃତି ମିଳିଛି। ଶେଷରେ ଅଞ୍ଚଳବାସୀ ନିରାଶ ହୋଇଛନ୍ତି । ଜୀବନକୁ ପାଣି ଛଡାଇ ଭଗବାନ ଭରଷାରେ ଅଞ୍ଚଳବାସୀ ଯାତାୟତ କରୁଛନ୍ତି ।
ରିପୋର୍ଟ –  ନିରଂଜନ ତ୍ରିପାଠୀ ।

Leave A Reply

Your email address will not be published.