ଜରଡା ମାଉସୀମା ମନ୍ଦିରରୁ ଅହିରାଜ ଉଦ୍ଧାର ।

0 603

ପାତ୍ରପୁର,୦୬/୦୭(ପିପିଟି); ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ପାର୍ଥ ସାରଥୀ ଧାମ ତଥା ପାତ୍ରପୁର ବ୍ଳକ ଜରଡା ମାଉସୀମା ମନ୍ଦିରରୁ ଆଜି ଏକ ଅହିରାଜ ସାପକୁ ଉଦ୍ଧାର କରିଛି ବନ ବିଭାଗ । ଖବର ପାଇ ରେଞ୍ଜର ରଜତ କୁମାର ମିଶ୍ର ଫରେଷ୍ଟର ଅବିନାଶ ଚୌଧୁରୀ ତୁରନ୍ତ ପହଞ୍ଚି ସାପଟିକୁ ଉଦ୍ଧାର ପାଇଁ ସ୍ନେକ୍ସ ହେଲପ ଲାଇନକୁ ଖବର ଦେଇଥିଲେ । ହେଲପ ଲାଇନର ଆକାଶ ଦାସ,ସ୍ୱାଧିନ ସାହୁ ପ୍ରମୁଖ ପହଞ୍ଚି ୯ଫୁଟ ଲମ୍ବର ଅହିରାଜକୁ ଉଦ୍ଧାର କରିଥିଲେ । ସାପଟି କିଛି ଖାଦ୍ୟ ଖାଇ ଅଟକି ଯାଇଥିବା ଅନୁମାନ ବନ ବିଭାଗ । ସାପଟିକୁ  ଜଙ୍ଗଲରେ ଛାଡ଼ିଦେଇଛନ୍ତି । ଏହି ସାପରିକୁ ଦେଖିବା  ମନ୍ଦିର ପରିସର ପ୍ରବଳ ଜନ ଗହଳି ହୋଇଥିଲା ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.