ଜମି ରେଜିଷ୍ଟ୍ରେସନ ସହ ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ ।

0 485

ପଦ୍ମପୁର,୨୯/୦୬(ପିପିଟି);ପଦ୍ମପୁର ତହସିଲଦାରଙ୍କ ଠାରୁ ପ୍ରାପ୍ତ ସୁଚନା ଅନୁଯାୟୀ ଆଜି ପଦ୍ମପୁର ତହସିଲର ଘନାମାଲ ଆର୍.ଆଇ ସର୍କଲ ଅନ୍ତର୍ଗତ ଘନାମାଲ ଗ୍ରାମର ହିତାଧିକାରୀ  ସନ୍ତୋଷ ଗଡତିଆ ପିତା ପଞ୍ଚମୁଖ ଗଡତିଆଙ୍କୁ ତାଙ୍କର ଜମି ରେଜିଷ୍ଟ୍ରେସନ ସହିତ ତୁରନ୍ତ ଜମିପଟ୍ଟା ପ୍ରଦାନ କରାଯାଇଛି । ଏ ଅବସରରେ ତହସିଲ କାର୍ଯ୍ୟାଳୟ ରେ ହିତାଧିକାରୀ ସନ୍ତୋଷ ଗଡତିଆ ଙ୍କୁ ପଦ୍ମପୁର ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ ଏବଂ ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଜମିପଟ୍ଟା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଘନାମାଲ ଆର.ଆଇ  ଟିକେଶ୍ୱର ମଲ୍ଲିକ,ରେକର୍ଡ କିପର କିଶ୍ୱର ଭୋଇଙ୍କ ସମେତ ପଦ୍ମପୁର ତହସିଲ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ କର୍ମଚାରୀ ଗଣ ଉପସ୍ଥିତ ଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.