ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତି କଲେ ଯୁବ ଦମ୍ପତି ।

0 1,168

ଉଲୁଣ୍ଡା,(ପିପିଟି)୧୪/୦୬,  ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗ୍ରାମ ପଞ୍ଚାୟତ ଗୁମୁର ଡୋଳା ଗ୍ରାମର ଯୁବ ଦମ୍ପତି ବୁଧୁରାମ କର୍ଣ୍ଣ ଏବଂ ତାଙ୍କ ସ୍ତ୍ରୀ ଭାରତୀ କର୍ଣ୍ଣ ।ଉଭୟେ ସେମାନଙ୍କ ବିବାହ ବର୍ଷିକୀରେ ରକ୍ତଦାନ କରି ଉଦାହରଣ ସାଜିଛନ୍ତି । ବୁଧୁରାମ ତାଙ୍କ ନିଜ ଜନ୍ମଦିନରେ ଉଭୟ ସ୍ୱାମୀ ସ୍ତ୍ରୀ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇ ଚୁକ୍ତି କରିଛନ୍ତି । ଯେତେଦିନ ବଞ୍ଚିଥିବୁ ରକ୍ତଦାନ କରୁଥିବୁ ଏବଂ ମୃତ୍ୟୁପରେ ଅଙ୍ଗଦାନ କରିବୁ । ଏହାକୁ ଦୃଷ୍ଟିରେ ରଖି ଆମେ ଉଭୟେ ଅଙ୍ଗଦାନ କରିବୁ ବୋଲି ନିଷ୍ପତ୍ତି ନେଇ ଚୁକ୍ତି କରିଛୁ ବୋଲି କହିଛନ୍ତି ବୁଧୁରାମ ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.