ଜନନେତା ଗଣନାଥ ପାତ୍ରଙ୍କ ଦେହାନ୍ତରେ କ୍ରାନ୍ତିକାରୀ କୃଷକ ସଭାର ଶୋକ ।

0 354

ଆସ୍କା,(ପିପିଟି)୦୬/୦୬,ବାଲିଆପାଳ ଆନ୍ଦୋଳନର ଅଗ୍ରଣୀ ଯୋଦ୍ଧା ସାଥି ଗଣନାଥ ପାତ୍ର ଆଜି ସଂଧ୍ୟା ୫.୩୦ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।କୃଷକ ମାନଙ୍କ ଜମି ଅଧିକାର ଆନ୍ଦୋଳନ, ବିସ୍ଥାପନ ବିରୋଧୀ ଆନ୍ଦୋଳନ ଏବଂ ଶ୍ରମିକ ଓ କୃଷକ ମାନଙ୍କ ଅଧିକାର ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ସାଲିସ ବିହୀନ ସଂଗ୍ରାମ କରିଥବା ଏହି ବିପ୍ଳବୀ ସାଥି ପାରଳାଖେମୁଣ୍ଡି କଳେଜରେ ରସାୟନ ବିଜ୍ଞାନର ଅଧ୍ୟାପକ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଶ୍ରୀକାକୁଲମ ସଶସ୍ତ୍ର ଆନ୍ଦୋଳନରେ ଯୋଗ ଦେଇ କୃଷକ, ଶ୍ରମିକ, ଆଦିବାସୀଙ୍କ ଅଧିକାର ହାସଲ ପାଇଁ ବହୁ ସଂଘର୍ଷ କରିଛନ୍ତି । ରାଷ୍ଟ୍ରରୋଷର ଶିକାର ହୋଇ ବହୁବାର ଜେଲ ମଧ୍ୟ ଯାଇଛନ୍ତି । ସି.ପି.ଆଇ(ଏମ୍-ଏଲ୍)ର ରାଜ୍ୟ ସମ୍ପାଦକ ଭାବେ ଅତି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ବହୁ ଆନ୍ଦୋଳନକୁ ନୂତନ ଦିଶା ପ୍ରଦର୍ଶନ ଦେଇପାରିଛନ୍ତି । ସାଥି ଗଣନାଥ ପାତ୍ରଙ୍କ କାମ କରିବାର ସୁଯୋଗ ମିଳିଥିବାରୁ ଅଳ୍ପ ଦିନରେ ମଧ୍ୟ ବହୁ ଶିକ୍ଷା ଓ ପ୍ରେରଣା ତାଙ୍କ ପାଖରୁ ମୁଁ ପାଇପାରିଛି । ଏଥିପାଇଁ ମୋ ହୃଦୟରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ କହିଛନ୍ତି । ସାଥିଙ୍କ ତ୍ୟାଗ, ସଂଘର୍ଷମୟ ଜୀବନ, ନିଷ୍ଠାପରତା ଏବଂ ସରଳ  ଜୀବନ ଯାପନ ସମାଜବାଦ ଆନ୍ଦୋଳନ ପାଇଁ ସର୍ବଦା ପ୍ରେରଣା ଉତ୍ସ ହୋଇ ରହିବ। ଆମ ରାଜ୍ୟ ଜଣେ ବିପ୍ଲବୀ ନେତା, ପ୍ରଚଣ୍ଡ ଦେଶପ୍ରେମୀ, ବାଗ୍ମୀ ଓ ଭଲ ମଣିଷଙ୍କୁ ଆଜି ହରାଇଲା । କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ବୋଲି ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.