ଜନନୀଙ୍କୁ ସୁରକ୍ଷା ଦେଉଥିବା ଦିଦି ଜନନୀ ହେବା ବେଳେ ବେସାହାରା, ଦାଉ ସାଝୁଛି ଚାକିରୀ ।

0 732

ବ୍ରହ୍ମପୁର ,(ପିପିଟି)୦୬/୦୬,ଯଦି ସରକାରୀ ଘୋଷଣା ନାମାକୁ ଯିବା ତେବେ ବିଶ୍ୱ ବ୍ୟାପୀ କରୋନା ମହାମାରୀ ସମୟରେ ଏ ମହିଳା ଜଣକ ହେଉଛନ୍ତି ଜଣେ କୋଭିଡ୧୯ ଯୋଦ୍ଧା । ନାମ ସର୍ମିଷ୍ଠା କୁମାରୀ ପଣ୍ଡା, ଏବଂ ସେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଥିବା ଗୋଟିଏ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଉପରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକରଣ ହୋଇଥିବା ସମସ୍ତ ପ୍ରାକ ଶିକ୍ଷା ଗ୍ରହଣ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କର ଦାୟିତ୍ୱ ନ୍ୟସ୍ତ ରହିଛି । ହେଲେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲେ ଏହି କର୍ମୀ ଜଣକ ମଧ୍ୟ ୭ମାସର ଗର୍ଭବତୀ ଅଟନ୍ତି। କେନ୍ଦ୍ର ଅଧୀନରେ ଥିବା ଗର୍ଭବତୀ ପ୍ରସୂତି ମହିଳା ମାନଙ୍କ ଯାବତୀୟ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆଦି କରିବା ସହିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି। ଲକ ଡାଉନ ସଟ ଡାଉନ ଭଳି ସମୟରେ ନିଜେ ଗର୍ଭବତୀ ଥାଇ ମଧ୍ୟ ନିଜେ ସ୍କୁଟି ଚଳାଇ ଘର ଘର ପହଁଚି ଶିଶୁ ଓ ପ୍ରସୂତି ମହିଳାମାନଙ୍କ  କଥା ବୁଝୁଛନ୍ତି। ଗାଁରେ ଜଣେ ଉଚ୍ଚ ଶିକ୍ଷିତା ଅଙ୍ଗନବାଡି ଦିଦିଙ୍କୁ ପାଇ ଗାଁ ଲୋକେ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି। ହେଲେ ପରିତାପର ବିଷୟ ଗର୍ଭବତୀ ଅବସ୍ଥାରେ ସଙ୍ଗୀନ ସ୍ଥିତିରେ କିନ୍ତୁ ଏହି ଅଙ୍ଗନବାଡି ଦିଦିଙ୍କୁ କିନ୍ତୁ ତାଙ୍କ ବିଭାଗ ବୁଝୁନଥିବା ଜାଣିବାକୁ ମିଳିଛି। ଜନନୀ ମାନଙ୍କୁ ସୁରକ୍ଷା ଦେଉଥିବା ଏହି ଅଙ୍ଗନବାଡି ଦିଦି ଯେତେବେଳେ ଜନନୀ ହେବାକୁ ଯାଉଛନ୍ତି ତାଙ୍କ ପାଇଁ ଯେମିତି ଏହା ଏକ ସାତ ସ୍ୱପ୍ନ ପାଲଟିଯାଇଛି। ଏହି ଦିଦିଙ୍କୁ କାର୍ଯ୍ୟରତ ଥିବା ସେହି ବିଭାଗୀୟ ଅଧିକାରୀ ମାନେ ମହିଳା ଶ୍ରେଣୀର ହୋଇଥିଲେ ମଧ୍ୟ କେମିତି ହୃଦବୋଧ କରି ପାରୁନାହାନ୍ତି ପ୍ରସବ ପ୍ରସଙ୍ଗକୁ ତାହା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଗର୍ଭବତୀ ସ୍ଥିତିରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ କାହିଁକି ମାଟରନିଟି ଲିଭ ଦିଆଯାଉନାହିଁ ତାହା ଏବେ ଆଶ୍ଚର୍ଯ୍ୟ ବିଷୟ ପାଲଟିଛି। ଏହି କର୍ମୀ ଜଣଙ୍କୁ ଏବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆଦି କରିବା ସହିତ ଆଗକୁ ଜନ୍ମିତ ହେବାକୁ ଥିବା ସନ୍ତାନର ସୁରକ୍ଷା ନେବାକୁ ବିଶ୍ରାମ ନେବାକୁ ଆବଶ୍ୟକତା ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କିଛି ଆଭାସ ମିଳିନି। ତେବେ ଜିଲା ପ୍ରଶାସନ ଓ ଉଚ୍ଚପଦସ୍ଥ ଅଧିକାରୀ ମାନେ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ନିତାନ୍ତ ହୋଇଯାଇଛି।ଏଭଳି ସଙ୍ଗିନୀ ସ୍ଥିତିରେ କାର୍ଯ୍ୟ କରୁଥିବା ଏହି ଦିଦିଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନ ମିଳିବାତ ଦୂରର କଥା ପ୍ରସବ କାଳୀନ ଛୁଟି ଟିଏ ମଧ୍ୟ ମିଳୁନଥିବା ଦୁଃଖଦ ଘଟଣା ପାଲଟିଛି।

Leave A Reply

Your email address will not be published.