ଛତିଶଗଡ଼ ଦାନ୍ତେଓ୍ୱାଡାରେ ଏନକାଉଣ୍ଟର;ହାର୍ଡକୋର ମାଓବାଦୀ ନିହତ ।

0 291

ମାଲକାନଗିରି,୨୦/୦୧(ପିପିଟି): ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ପୁଣି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁୟା ମାଡକାମ । କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ବେଳେ ଗୁଳି ବିନିମୟ ହୋଇଛି । ସିଆରପିଏଫ, ଏସଟିଏଫ ଓ ଡିଆରଜି ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ମିଳିତ କମ୍ବିଂ ଅପରେସନ୍ । ତିନି ଦିନ ଧରି ବସ୍ତର ଅଞ୍ଚଳରେ ଲଗାତାର ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ୧୮ ତାରିଖ ଦିନ ବିଜାପୁର ଓ ସୁକୁମା ଜିଲ୍ଲାରେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ ।ଗତକାଲି ମଧ୍ୟ ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷିତ ଥିବା ଜଣେ ହାର୍ଡକୋର ମାଓବାଦୀ ମଧ୍ୟ ମୃତ୍ୟୁବରଣ କରିଥିବା ନେଇ ବସ୍ତର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି ।)

Leave A Reply

Your email address will not be published.