ଚୋରି କରୁଥିବା ସମୟରେ ଚୋରକୁ କାବୁ କଲେ ଗ୍ରାମ ବାସି ।

0 1,760

ସାନଖେମୁଣ୍ଡି,୨୪/୦୮(ପିପିଟି); ବର୍ତ୍ତମାନ କରୋନା ମହାମାରୀ ସାରା ଭାରତ ବର୍ଷ ରେ ତାର କାୟା ବିସ୍ତାର କରିଚାଲିଛି । ଗଞ୍ଜାମ ଜିଲ୍ଲାରେ କରୋନା ଦିନ କୁ ଦିନ ବଢି ଚାଲିଥିବାରୁ ଲକ୍ ଡାଉନ ଏବଂ ସଟ୍ ଡାଉନ ଚାଲୁରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଚୋର ମାନେ ଗ୍ରାମରେ ପଶି ଆତଙ୍କ ଖେଳାଉଛନ୍ତି । ରବିବାର ଦିନ ଏପରି ଏକ ଘଟଣା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡ଼ପଡାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ୪ ଜଣ ଚୋର ଏକ କାର ଯୋଗେ ଶୂନଶାନ ମଧ୍ୟ ରାତ୍ରିରେ ଆସି ଆଡପଡା ଗ୍ରାମର ପେଣ୍ଡୁରାଲୁଣ୍ଡି ସାହିର କିଛି ଦୋକାନ ଏବଂ ଏକ ଟ୍ରାକ୍ଟର ଗାଡ଼ିରେ ବେଟେରୀ ଚୋରି କରୁଥିଲେ । ବର୍ତ୍ତମାନ ଗଣେଶ ପୂଜା ସମୟ ଚାଲୁଥିବାବେଳେ ଗ୍ରାମର ପିଲାମାନେ ରାତ୍ର ସମୟରେ ବାହାରେ ପ୍ରାୟ ରୁହନ୍ତି । ଏହି ସମୟରେ ଚୋର ମାନେ ଦୋକାନ ଭାଙ୍ଗି ଚୋରି କରୁଥିବା ସମୟରେ ପିଲାମାନଙ୍କ ନଜର ଆସିଯାଇଥିଲେ । ଏସବୁ ଦେଖି ପିଲାମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ଏବଂ ଗ୍ରାମର ସମସ୍ତ ଲୋକ ଯୋଜନା କରି ଚୋର ମାନଙ୍କୁ କାବୁ କରିଥିଲେ । ଘଟଣା ସ୍ଥଳରେ ହିଁ ୩ଜଣ ଚୋର ସେହିସ୍ଥାନ ରୁ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ଜଣେ ଲୋକ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଯାଇଥିଲା । ରାତିସାରା ଗ୍ରାମବାସୀ ଚୋରକୁ ଜଗିବସିଥିଲେ । ପାଖରେ ପୋଲିସ ଫାଣ୍ଡି ଥିବାସ୍ୱତ୍ୱେ ସେଠି କେହିବି ପୋଲିସ ରହୁନଥିବା ସୂଚନା ମିଳୁଛି । ଆଡପଡା ଗ୍ରାମରେ ବହୁବାର ଗଣ୍ଡଗୋଳ ହିଂସା ବାତାବରଣ ହେଉଥିବାରୁ ଫାଣ୍ଡି ଅନେକ ଦିନ ହେବ ଚାବି ପଡ଼ିରହିଥିବା ଦେଖିବାକୁ ମିଳୁଛି । ଖବର ପାଇ ସକାଳୁ ଫାଣ୍ଡି କର୍ମଚାରୀ ଆସି ଚୋରକୁ ଏକ ବାଇକ୍ ଯୋଗେ ଥାନାକୁ ନେଇଥିବା ଜଣାପଡିଛି । ଧରା ପଡିଥିବା ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ବୋଲି ଜଣା ପଡିଛି । ଅନ୍ୟ ୩ଜଣ ଙ୍କ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ପୋଲିସ ଏବଂ ଗ୍ରାମ ବାସୀଙ୍କ ଆଗରେ ଯୁବକ ଜଣଙ୍କ ଚୋରି କରିବାକୁ ଆସିଥିବା ସ୍ୱୀକାର କରିଛି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.