ଚୋରା ବାଲି ଚାଲାଣକୁ ବିରୋଧ କରି ସଂଘର୍ଷ: ଜାଳିଦେଲ ଡ୍ରମ୍ଫର ,ଟ୍ରାକ୍ଟର ଓ ବାଇକ ।

0 676

ହିଞ୍ଜିଳିକାଟୁ,୨୨/୦୮(ପିପିଟି); ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଅନ୍ତରିଗାଁ ପଞ୍ଚାୟତ କୋଳିଦାସପୁରରେ ଏକ ଭୟାବହ ଘଟଣା ଘଟିଛି । ନଦୀରେ ବେଆଇନ ଚୋରା ଚାଲାଣ ବାଲି ଦିନକୁ ଦିନ ବାଲି ମାଫିଆଙ୍କ ଆତଙ୍କ ସୃଷ୍ଟି କରିଛି । ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ପରେ ଶୁକ୍ରବାର ମଧ୍ୟରାତ୍ରରେ ଚୋରା ବାଲି ଚାଲଣକୁ ବିରୋଧ କରି ଗ୍ରାମବାସୀ ଉତ୍‌କ୍ଷିପ୍ତ ହୋଇ ୩ ଟି ଡମ୍ଫର,୧ ଟ୍ରାକ୍ଟର ,ବାଇକ ଓ ସ୍କୁଟିକୁ ଜାଳି ଦେଇଥିବା ଜଣାପଡିଛି । ସୂଚନା ଥାଉ କୋଳିଦାସପୁର ଅଞ୍ଚଳରେ ଗତ କିଛି ଦିନ ହେଲା ବେଆଇନ ବାଲି ଚାଲାଣ ମଧ୍ୟରାତ୍ରରେ ଜାରି ରହିଛି ।ଏପରିକି ଶିକିରି, ଆଲପୁର ଓ କୋଳିଦାସପୁର ଅଞ୍ଚଳରେ ଏହା ସକ୍ରିୟ ହୋଇ ଉଠିଛି । ଏହାକୁ ନେଇ ଗ୍ରାମବାସୀ ତାଗିଦ କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ରହିଛି। ଏପରି କି ବାରମ୍ବାର ବିରୋଧ କରିଥିଲେ ମଧ୍ୟ ବାଲି ମାଫିଆ ଦିନରେ ବାଲି ନ ନେଇ ରାତ୍ର ସମୟରେ ଉଠାଣ କାର୍ଯ୍ୟ ଜାରି ରଖିଛନ୍ତି । ବାଲି ମାଫିଆ ସକ୍ରିୟ ହୋଇ ଜେସିବି ସାହାଯ୍ୟରେ ରାତ୍ର ସମୟରେ ବହୁ ଡ୍ରାମ୍ଫର ଓ ଟ୍ରାକ୍ଟରରେ ବାଲି ଚାଳନ କରୁଥିଲେ । ଜୋର୍ ଜବରଦସ୍ତ ରେ ବାଲି ଚୋରିକରି ସହରକୁ ପଠାଉଥିବା ଅଞ୍ଚଳବାସୀଙ୍କ ମତ ପ୍ରକାଶ ରହିଛି । ସବୁଦିନ ପରି ଶୁକ୍ରବାର ମଧ୍ୟରାତ୍ର ରେ ବାଲି ଚୋରିକରି ନେଉଥିବା ବେଳେ କିଛି ଗ୍ରାମବାସୀ ବିରୋଧ କରିଥିଲେ । କିଛି ସମୟ ପାଇଁ ସେଠାରେ ପରିସ୍ଥିତି ଜଟିଳ ହୋଇଥିଲା ଯାହାଫଳରେ ଗାଡ଼ି ଚାଳକ ଓ ଲେବର ଉଭୟ ମିଶି ଗ୍ରାମବାସୀଙ୍କୁ ମାଡମାରି ଥିଲେ । ମାଡଖାଇ ସେମାନେ ଗ୍ରାମରେ ଜଣାଇଥିଲେ । ଘଟଣା ଶୁଣିବା ପରେ ଉତ୍‌କ୍ଷିପ୍ତ ପ୍ରାୟ ଶତାଧିକ ଗ୍ରାମବାସୀ ଏକତ୍ରିତ ଘଟଣା ସ୍ଥଳରେ ପହଞ୍ଚି ବାଲି ଚାଲାଣ କାରି ସମେତ ଡ୍ରାଇଭର ଓ ଲେବରଙ୍କୁ ନିର୍ଧୁମ୍ ମାଡ଼ ମାରି ବା ସହ ୩ଟିଡ୍ରାମ୍ଫର, ୧ ଟି ଟ୍ରାକ୍ଟର, ଦୁଇଟି ବାଇକ୍ ଓ ଗୋଟିଏ ସ୍କୁଟିକୁ ନିଆଁ ଲଗାଇ ପୋଡି ଦେଇଥିବା ଦେଖାଯାଇଛି । ଘଟଣା ଘଟିବାର କେଇ ଘଣ୍ଟା ପରେ ସକାଳେ ହିଞ୍ଜିଳି ପୋଲିସ ଖବର ପାଇ ଘଟଣା ସ୍ଥାଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖା ହେବା ସୁଦ୍ଧା କୌଣସି ଏତଲା ଥାନାରେ ହୋଇନଥିବା ପୋଲିସ ସୂତ୍ରରୁ ପ୍ରକାଶ ରହିଛି ।

ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ ।

Leave A Reply

Your email address will not be published.