ଉଲୁଣ୍ଡା,୦୧/୦୭(ପିପିଟି); ମଣ୍ଡିରୁ ଧାନ ଉଠେଇବାକୁ ବାରମ୍ବାର ସରକାର ଓ ପ୍ରଶାସନ ପାଖରେ ଗୁହାରୀ କରି ମଧ୍ୟ ଚାଷୀକୁଳ କିଛି ସୁଫଳ ପାଇଁ ପାରୁ ନାହାନ୍ତି । ଟୋକନ ସମସ୍ୟା ଯୋଗୁଁ ବିଭିନ୍ନ ମଣ୍ଡିରେ ବର୍ଷାମାଡ ଖାଉଛି ହଜାର ହଜାର କ୍ୟୁଣ୍ଟାଲ ଧାନ। ଚାଷୀଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନ ବାରମ୍ବାର ଅଣଦେଖା କରିଚାଲିଛନ୍ତି । ଏହାକୁ ନେଇ ତାତି ଉଠିଛନ୍ତି ଚାଷୀକୂଳ। ଚାଷୀଙ୍କ ଏହି ଦୁର୍ଦ୍ଦିନ ସମୟରେ ପାଖରେ ଛିଡ଼ା ହୋଇଛି ବିଜେପି। ଆଜି ସୁବର୍ଣ୍ଣପୁର ଜିଲ୍ଲା ଚେରୁପାଲି ଓ ବିରାମହାରାଜପୁର ଠାରେ ସକାଳ ୧୦ ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଦୁଇ ପାଇଁ ଚାଷୀ ମାନଙ୍କର ଟୋକନ ସମସ୍ୟା,ଟୋକନ ଅବଧି , ଠିକ ସମୟରେ ସାର ଓ ବିହନ ଯୋଗାଣରେ ଅବହେଳା ପ୍ରତିବାଦରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ଲେପ୍ସ ଟୋକନ ପୁନଃ କାର୍ଯ୍ୟକ୍ଷମ ଓ ମଣ୍ଡିରୁ ସଂପୂର୍ଣ୍ଣ ଧାନ ଉଠାଣ ଦାବୀରେ ବିଜେପି ଦଳ ପକ୍ଷରୁ ସକାଳ ୧୦ଘଣ୍ଟା ରୁ ସମୟରୁ ଚାଲିଥିଲା ରାସ୍ତାରୋକ। ରାସ୍ତା ଅବରୋଧ ହେବା ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ଏହି ରାସ୍ତା ରୋକ କାର୍ଯ୍ୟକ୍ରମରେ ଚେରୁପାଲିଠାରେ ବଲାଂଗୀର ସାଂସଦ ସଂଗୀତ କୁମାରୀ ସିଂଦେଓ ଏବଂ ବିରମହାରାଜପୁର ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରୁଦ୍ର କିଶୋର ମହଲା, ଅଶୋକ ପୂଜାହାରୀ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ କିଶୋର କୁମାର ହୋତା, ବିରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ,ନଳିନୀ ପଣ୍ଡା,ଶିବରାଜ ବେହେରା, ପ୍ରଶାନ୍ତ ଦଣ୍ଡସେନା,ମଣ୍ଡଳ ସଭାପତି ହରିହର ପାତ୍ର,ଆଦିତ୍ୟ ପୁରୋହିତ,ନୀତାଇ ପାଳ,ରୋହିନୀ ଡ଼ାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ଆନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)