ଚାଷୀର ମୁହଁରେ ହସ ଫୁଟାଇଲେ ଉପଜିଲ୍ଲାପାଳ ।

0 471

ପଦ୍ମପୁର,(ପିପିଟି)୧୧/୦୬, ଖରିଫ ଋତୁ ର ଧାନ ବିକ୍ରୟ କୁ ନେଇ ଉପୁଜିଥିବା ସମସ୍ୟା କୁ ନିମିଷକେ ସମାଧାନ କରି ଚାଷୀ ମୁହଁ ରେ ହସ ଫୁଟାଇଲେ ବରଗଡ ଜିଲ୍ଲା ପଦ୍ମପୁର ରେ ଅବସ୍ଥାପିତ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ । ପାଇକମାଲ ବ୍ଲକ ଅଧିନରେ ଥିବା ଲଖମରା କୃଷିଋଣ ସମବାୟ ସମିତି ଲିଃ ଏ ବର୍ଷ ବୁକୁରାମୁଣ୍ଡାରେ ମଣ୍ଡି ନ ଖୋଲିବା କାରଣରୁ ଚାଷୀମାନେ ସରକାରୀ ନିର୍ଧାରିତ ଦରରେ ନିଜେ ଫସଲ ଉପୁଜାଇଥିବା ଧାନକୁ ଦୂରସ୍ଥ ଏକମାତ୍ର ମଣ୍ଡି ଲଖମରାକୁ ନିଜ ଖର୍ଚ୍ଚରେ ନେବାକୁ ଅମଙ୍ଗ ହେବାରୁ ତାଙ୍କ ଦୁଃଖ ବଢ଼ିଯାଇଥିଲା । ଏ ସମ୍ପର୍କ ରେ ଆମେ ଖବର ମଧ୍ୟ ପ୍ରକାଶିତ କରିଥିଲୁା ଏ ବିଷୟ ରେ ଖବର ପାଇ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନା ବୁକୁରାମୁଣ୍ଡାରେ ପହଞ୍ଚି ଚାଷୀ ମାନଙ୍କ ସହ ବିଚାର ବିମର୍ଶ କଲାପରେ ତକ୍ଷଣାତ ପଦ୍ମପୁର ଯୋଗାଣ ବିଭାଗୀୟ ଅଧିକାରୀଙ୍କୁ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ଦେଲାପରେ ଯୋଗାଣ ବିଭାଗୀୟ ଅଧିକାରୀ ମାନେ ଆସି ଅସ୍ଥାୟୀ ଯାଗାରେ ଚାଷୀ ରଖିଥିବା ଶତାଧିକ କୁଇଣ୍ଟାଲ ଧାନକୁ ସରକାରୀ ନିର୍ଧାରିତ ଦର ରେ କ୍ରୟ କରି ମିଲର୍ସ ମାନଙ୍କ ପାଖକୁ ଟ୍ରକ ସାହାଯ୍ୟରେ ପଠାଇଥିଲୋ ଏଭଳି ମୁହୁର୍ତ୍ତରେ ଉପଜିଲ୍ଲାପାଳ ଦରୱାନା ଆମ ସାଥିରେ ଥାଇ ଆମ ମୁହଁରେ ହସ ଫୁଟାଇ ଥିବାରୁ ଅଞ୍ଚଳର ସମାଜସେବୀ ବିନୋଦ ସେଠ,ଚାଷୀ ଦିଲ୍ଲିପ ଭୋଇ,ଭିକାରୀ ସାହୁ,ବୁଲୁ ବାଗ ସମେତ ଅଜିତ ବାରିକ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.