ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା,ମଣ୍ଡିରୁ ଉଠୁନାହିଁ ଧାନ।

0 257

ବୋଲଗଡ଼,୦୫/୦୨(ପିପିଟି) : ରାଜ୍ୟ ସରକାର ତଥା କେନ୍ଦ୍ର ସରକାର କୃଷକ ମାନଙ୍କ ପାଇଁ ବହୁ ଯୋଜନା କରୁଅଛନ୍ତି ପ୍ରକୃତ କୃଷକ ଟିଏ ଯୋଜନାର କେତେ ଲାଭ ପାଉଛି ତାହା ଅନୁମେୟ କରିବା କଷ୍ଟକର। ଚଳିତ ବର୍ଷ ବୋଲଗଡ଼ କୃଷି ଅଞ୍ଚଳରେ ବିଳମ୍ବିତ ମୌସୁମୀ, କମ୍ ବୃଷ୍ଟିପାତ ଓ ଅଦିନିଆ ବର୍ଷା ରେ ପାଚିଲା ଧାନ ନଷ୍ଟ ହେବା ଚାଷୀ ଉପରେ ଚଡ଼କ ପଡ଼ିଛି।ସେହି ଭଳି ଭାବରେ ଚାଷୀଟି ନିଜର ଅକ୍ଳାନ୍ତ ପରିଶ୍ରମରେ ଅମଳ କରିଥିବା ଅବଶିଷ୍ଟ ଧାନ ମଣ୍ଡିରେ ଦେବା ପାଇଁବୋଲଗଡ଼ କୃଷି ସେବା ସମବାୟ ମାନଙ୍କରେ ବହୁ ସମସ୍ୟା ଦେଖା ଦେଇଛି । ଚାଷୀ ମାନଙ୍କ ଠାରୁ ମଣ୍ଡି ରୁ ଧାନ ନେବା ସମୟରେ ମିଲର ମାନଙ୍କ ଧର୍ମଘଟ କୃଷକ ମାନଙ୍କଠାରୁ ଧାନଯିବାରେ ବାଧକ ସାଜିଛି। ବୋଲଗଡ ଅଞ୍ଚଳରେ କୃଷକ ମାନଙ୍କର ଚଳିତ ବର୍ଷ ଧାନ ଫସଲ ନଷ୍ଟ ହେବା ଫଳରେ ଧାନର ମାନ କମିବା ସ୍ଵଭାବିକ କିନ୍ତୁ ଏହି ଧାନ ନେବାପାଇଁ ମିଲର୍ ମାନେ ବିଭିନ୍ନ ସର୍ତ୍ତ ରଖି ଅଛନ୍ତି ବୋଲି କୃଷକ ମାନେ କହିଅଛନ୍ତି ।ତତ୍ ସହିତ ଅନେକ ଚାଷୀ ଧାନମଣ୍ଡିରୁ ଫେରେଇ ଆଣିବାର ନଜିରରହିଛି। ସରକାରୀ ସୂଚନା ଅନୁସାରେ ଏକମାସ ମଧ୍ୟରେ ଧାନ ଅବଧି ସରିବାକୁ ବସିଥିବା ବେଳେ ଆଜି ପର୍ଯ୍ୟନ୍ତ ଚାଷୀ ମାନଙ୍କ ଧାନ ଉଠିନାହିଁ। ଯାହା ଫଳରେ ଚଳିତ ବର୍ଷ ଅଦିନିଆ ବର୍ଷା ସହିତ ଚାଷୀଙ୍କ ଠାରୁ ଦୁର୍ଦ୍ଦଶା ପିଛା ଛାଡୁନି। ବୋଲଗଡ ଅଞ୍ଚଳରମଣ୍ଡି ସମସ୍ୟା ଦୂର ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣଙ୍କ ପକ୍ଷରୁ ଅନୁରୋଧ କରିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.