ଘୁମୁସର ଲାଇଟ, ସାଉଣ୍ଡ ଓ ଟେଣ୍ଟ ହାଉସ ମାଲିକ ସଂଘ ତରଫରୁ ଦାବିପତ୍ର ପ୍ରଦାନ ।

0 281

ଭଞ୍ଜନଗର,୦୯/୦୮(ପିପିଟି); କରୋନା କଟକଣା ସକାଶେ ବିଭିନ୍ନ ସାମାଜିକ କାର୍ଯ୍ୟ, ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି।ହେଲେ ଏହା ଉପରେ ନିର୍ଭର କରି ଚଳୁଥିବା ବହୁ ଲୋକ ରୋଜଗାର ହରାଇ ଦୁଃଖ କଷ୍ଟରେ ଚଳୁଛନ୍ତି।ସେମାନେ ଆଜି ପର୍ଯ୍ୟନ୍ତ କୋଭିଡ଼ ନିୟମ ପାଳନ କରି ଆସୁଥିବା ବେଳେ ସେଥି ମଧ୍ୟରେ ବହୁ ସଂଖ୍ୟକ ଲାଇଟ, ସାଉଣ୍ଡ ଓ ଟେଣ୍ଟ ହାଉସ ମାଲିକ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।ଏହାର ପ୍ରତିବାଦରେ ସୋମବାର ଘୁମୁସର ଲାଇଟ, ସାଉଣ୍ଡ ଓ ଟେଣ୍ଟ ହାଉସ ମାଲିକ ସଂଘ ତରଫରୁ ସମସ୍ତ ସଦସ୍ୟ ଏକ ବିରାଟ ଶୋଭାଯାତ୍ରାରେ ରଘୁନାଥ ମନ୍ଦିର ନିକଟରୁ ବାହାରି ମୁଖ୍ୟ ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ପ୍ରଦାନ କରିଥିଲେ।ସେମାନଙ୍କ ଦାବି ମଧ୍ୟରେ କୌଣସି କାର୍ଯ୍ୟକ୍ରମରେ ଲାଇଟ, ସାଉଣ୍ଡ ଓ ଟେଣ୍ଟ ହାଉସ ବ୍ୟବହାର ପାଇଁ ଅନୁମତି ନଥିବା ବେଳେ ସାମାଜିକ କାର୍ଯ୍ୟ ଓ ସଭା ସମିତି ପାଇଁ ୫୦ଜଣ ଲୋକଙ୍କ ପରିବର୍ତ୍ତେ ୩ଶହ ଲୋକ ଓ ଶୁଦ୍ଧିକ୍ରିୟା ପାଳନ ବେଳେ ୨୦ଜଣଙ୍କ ବଦଳରେ ୨ଶହ ଲୋକଙ୍କୁ ଅନୁମତି ପ୍ରଦାନ କରିବା ଏବଂ ବିବାହ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ଲାଇଟ, ସାଉଣ୍ଡ ଓ ଟେଣ୍ଟ ହାଉସ ବ୍ୟବହାର ପାଇଁ ଅନୁମତି ଦେବା ପାଇଁ ଜଣାଇଛନ୍ତି।ଏଥିରେ ସଂଘର ସଭାପତି ଶତ୍ରୁଘନ ଦାସ, ଉପସଭାପତି ରଙ୍କନିଧି ସ୍ୱାଇଁ, ସମ୍ପାଦକ ଅଯୋଧ୍ୟା ବେହେରା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.