ଘର ଭାଙ୍ଗି ଚାଉଳ ଖାଇଲା ହାତୀ , ଅଳ୍ପକେ ବର୍ତ୍ତିଲେ ପରିବାର ।

0 347

ଉଲୁଣ୍ଡା,୦୧/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧିନସ୍ଥ ରିଝେଇଦାଦାର ଗ୍ରାମରେ ବିଳମ୍ବିତ ରାତ୍ରିରେ ସୋଇଥିବାବେଳେ ବଣୁଆ ହାତୀ ଆସି ଦୁଇ ପରିବାରର ଘର କାନ୍ଥ ଭାଙ୍ଗି ଆସବାଵପତ୍ର ନଷ୍ଟ କରିବା ସହ ଚାଉଳ ଖାଇଦେଇଛି ।ବନପାଳଙ୍କ ସୂଚନାନୁସାରେ ଗ୍ରାମେ ମହେନ୍ଦ୍ର ପଧାନ ଓ ପ୍ରଫୁଲ୍ଲ ଡୁଙ୍ଗଡୁଙ୍ଗ ଙ୍କ ଘରେ ପଶି ଚାଉଳ ଖାଇବା ସହ ଆସବାଵପତ୍ର ନଷ୍ଟ କରିଦେଇଛି । ବନବିଭାଗ ବିଭାଗ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଛନ୍ତି ।ଭୟରେ ପରିବାର ଘର ଛାଡ଼ି ଅନ୍ୟତ୍ର ରହୁଥିବା ଜଣାପଡିଛି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.