ଘରୋଇ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ ତାତିଲେ ମହିଳା ।

0 490

ଭଞ୍ଜନଗର,(ପିପିଟି)୧୦/୦୬,  ଆଜିକାଲି ବହୁ ଘରୋଇ ଫାଇନାନ୍ସ କମ୍ପାନୀ ବିଭିନ୍ନ ଗ୍ରୁପ ଗଠନ କରି ସେମାନଙ୍କୁ ଋଣ ପ୍ରଦାନ କରି ଭଲ ଲାଭବାନ ହେଉଥିବାରୁ ଦିନକୁ ଦିନ ଅନେକ ନୂଆ ନୂଆ ସଂସ୍ଥା ଏହି ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ବର୍ତ୍ତମାନ ବହୁ ଫାଇନାନ୍ସ କମ୍ପାନୀ ସକ୍ରିୟ ଅଛନ୍ତି।ନିଜର ଅସୁବିଧା କୁ ସୁଧାରିବା ପାଇଁ ମହିଳାମାନେ ବିଭିନ୍ନ ସଂଘ ଗଠନ କରି ଫାଇନାନ୍ସ କମ୍ପାନୀ ଠାରୁ ଋଣ ନେଇ ବୀମା ଓ ସୁଧ ସହ ମୂଳଧନ କୁ କିସ୍ତି ଆକାରରେ ପରିଶୋଧ କରୁଥିବା ବେଳେ ଗତ ମାର୍ଚ୍ଚ ମାସରେ ସୃଷ୍ଟି ହୋଇଥିବା ଲକ ଡାଉନ ପରିସ୍ଥିତିରେ ଋଣର କିସ୍ତି ବାନ୍ଧିବା ସମସ୍ତଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି। ଘରର ମୁଖ୍ୟ ତଥା ରୋଜଗାର କରୁଥିବା ବ୍ୟକ୍ତି କାମଧନ୍ଦା ବନ୍ଦ କାରଣରୁ ଘରେ ବସିରହିବା ଫଳରେ ଚଳିବା କଷ୍ଟକର ହୋଇପଡିଥିବା ବେଳେ ଋଣ ଶୁଝିବା ସମ୍ଭବ ନୁହେଁ।ଏଭଳି ସ୍ଥିତିରେ ଫାଇନାନ୍ସ କମ୍ପାନୀ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସ ଋଣ ଆଦାୟ କରିବାକୁ ମନାକରି ଥିବା ବେଳେ କମ୍ପାନୀ କିନ୍ତୁ ଶୁଣିବାକୁ ନାରାଜ।କମ୍ପାନୀର କର୍ମଚାରୀମାନେ ଘର ଘର ବୁଲି ଋଣ ଆଦାୟ କୁନେଇ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ବେଲଗୁଣ୍ଠା ବ୍ଲକ ବଙ୍କା ପଞ୍ଚାୟତର ମହିଳା ମାନେ।୫ଟି ଗ୍ରାମର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ଆଜି ଭଞ୍ଜନଗର ଆସି ଉପଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।ଏଭଳି ସମୟରେ କମ୍ପାନୀ ତରଫରୁ ଆଉ କିଛି ଦିନ ରିହାତି ଦେବାପାଇଁ ସେମାନେ ଜଣାଇଛନ୍ତି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଉକ୍ତ ଦାବିପତ୍ର ଗ୍ରହଣ କରିଥିବା ଜଣାପଡିଛି।
ରିପୋର୍ଟ – ଜୟକୃଷ୍ଣ  ପଟ୍ଟନାୟକ ।

Leave A Reply

Your email address will not be published.