ହିଞ୍ଜିଳିକାଟୁ,(ପିପିଟି ନ୍ଯୁଜ୍)୦୭/୦୬ , କରୋନା ଭୁତାଣୁ ସଂକ୍ରମଣ ରାଜ୍ୟରେ କାୟା ବିସ୍ତାର କରି ଚାଲିଛି ।ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତ ଦିନ କୁ ଦିନ ଦ୍ରୁତ ଗତିରେ ବଢି ଥିବା ଚିହ୍ନଟ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ସଚେତନତା କାର୍ଯ୍ୟକ୍ରମ ରହିଛି ।କରୋନା ସଂକ୍ରମଣ କୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନୁଆ ନିୟମ ଲାଗୁ କରିଛନ୍ତି । ସାରା ଦେଶରେ ଲକଡାଉନ ଜାରି ହୋଇଥିବା ବେଳେ ଜୁନ ମାସକୁ ଅଧିକ ଗୁରୁତ୍ଵ ଦେବା ସହ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି । ପୁଣି ଜିଲ୍ଳା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଦୂତୀୟ ଥର ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ ସହ ଥର୍ମାଲ ସ୍କ୍ରିନିଂ ପାାଇଁ ନିିଷ୍ପତ୍ତି ହୋଇଛି। ଆସନ୍ତାକାଲି ହିଞ୍ଜିିଳିକାଟୁ ବ୍ଳକ ମକରଝୋଳ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପ୍ରଶାସନ ତରଫରୁ ଜାଣାଯାଇଛି । ଗ୍ରାମର ପ୍ରତେକ ସାହିର ଘରକୁ ଘର ବୁଲି ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବୁଝିବା ସହ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ ରେ ୪ଜଣିଆ ଗୋଟିଏ ଟିମ ରହିବେ । ଟିମରେ ଅଙ୍ଗନବାଡି କର୍ମୀ ଆଶା କର୍ମୀ ,ଶିକ୍ଷକ ସ୍ୱାସ୍ଥ୍ୟ ଅଧିକାରୀମାନେ ରହି ଥର୍ମାଲ ସ୍କ୍ରିନିଂ ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ବୁଝିବା ପାଇଁ ନିଷ୍ପତ୍ତି ହୋଇଛି ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର