ଘରର କବାଟ ଭାଙ୍ଗି ଟଙ୍କା ଓ ଗହଣା ଚୋରି ।

0 111

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୩୦/୦୫,ଗାଙ୍ଗପୁର ଥାନା ଅଞ୍ଚଳରେ ଚାରି ଦିନରେ ଦୁଇଟି ସ୍ଥାନରେ ବଡ ଧରଣର  ଚୋରି ହୋଇଯାଇଛି ।କିଛି ମାସର ନୀରବତା ପରେ ପୁଣି ଚୋର ଦଳ ସକ୍ରିୟ ହୋଇ ଉଠିଛନ୍ତି ।ଗୁରୁବାର ମଧ୍ୟ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ଗ୍ରାମର ଶିବ ମନ୍ଦିର ପଛପଟେ ରହୁଥିବା ବିଶୁନୁ ବିଷୋୟୀଙ୍କ ପରିବାରର ଦୁଇ ପୁଅ ଟୁକନା ଓ ଟୁନା ଦୁଇ ବୋହୁ  ଖାଇସାରି ରାତ୍ର ଦଶଟା ରେ ଯିଏ ଯାହା ରୁମରେ ଶୋଇଥିଲେ ।ସକାଳ ୪ଟା ବେଳକୁ ପରିଶ୍ରା କରିବା ପାଇଁ ଯିବା ବେଳକୁ ବାରିପଟ ଗ୍ରିଲ ଓ କାଠ କବାଟ ଭାଙ୍ଗି ଦୁର୍ବୁର୍ତ୍ତମାନେ ଆଲମାରୀରେ ଥିବା ପ୍ରାୟ ଛ ଭରି ଓଜନର ସୁନା ଅଳଙ୍କାର,ନଗଦ ଚାରିହଜାର ଟଙ୍କା ଚୋରି କରି ନେଇଥିବା ବେଳେ ଘରର ବିଭିନ୍ନ ଆସବାବପତ୍ର ଓ ୪ ଟି ସୁଟକେସ ଭାଙ୍ଗି ବାରିପଟ ଫିଙ୍ଗାଫିଙ୍ଗି କରିଥିବା ଦେଖିବାକୁ ପାଇଥିଲେ ।ଏ ନେଇ ବିଶୁନୁ ଗାଙ୍ଗପୁର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରି ଫେରିଛନ୍ତି । କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।ପ୍ରକାଶ ଥାଉକି ଗତ ୨୬ ତାରିଖ ରାତି ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମର ପ୍ରଗତି ନଗରରେ ରହୁଥିବା ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁଦର୍ଶନ ପଣ୍ଡାଙ୍କ ବାରି ଗ୍ରିଲ୍ କବାଟ ଭାଙ୍ଗି ଦୁର୍ବୁର୍ତ୍ତ ମାନେ ନଗଦ ପଚାଶ ହଜାର ଟଙ୍କା ସହ ଆଠ ଭରି ଓଜନର ସୁନା ଅଳଙ୍କାର ଓ କିଛି ଆସବାବପତ୍ର ଚୋରି କରି ନେଇଯାଇଥିଲେ ।ରାତ୍ର ପ୍ରାୟ ୧୨.୩୦ମି ସମୟରେ ସଙ୍ଗରୋଧ କେନ୍ଦ୍ରରେ ଡ୍ୟୁଟି କରୁଥିବା ସୁଦର୍ଶନ କୌଣସି ଜରୁରୀ କାମ ପଡିବାରୁ ସେହି ସମୟରେ ସେ ଘରକୁ ଆସିଥିଲେ ।ଚୋର ଦଳଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାରେ ସୁଦର୍ଶନ ସକ୍ଷମ ହୋଇଥିଲେ ।କିନ୍ତୁ ଦୁର୍ବୁର୍ତ୍ତ ଜଣଙ୍କ ମାରଣାସ୍ତ୍ର ଦେଖାଇ ଖସି ପଳାଇଥିଲା ।ଖବର ପାଇ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଆଣି ତଦନ୍ତ କରି ଫେରିଥିଲେ ମଧ୍ୟ ଦୁଇଟି ଘଟଣାରେ କାହାକୁ ବି ଗିରଫ କରାଯାଇପାରିନାହିଁ ।ଦୁଇଟି ଯାକ ଘଟଣାର ଚୋରି କରିବା ତରିକା ସମାନ ଥିବାରୁ ଏହା ଗୋଟିଏ ଗ୍ୟାଙ୍ଗର କାମ ଓ ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.