ଗ୍ୟାସ ଟାଙ୍କି ଫାଟି ଜଳିଲା ଘର , ସେପଟେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ।

0 598

କଳାହାଣ୍ଡି,୨୯/୦୬(ପିପିଟି); ଗ୍ୟାସ୍ ଟାଙ୍କି ଫାଟି ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଖବର ସମ୍ନାକୁ ଆସିଛି । ଖବର୍ ଟି ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ୍ ଝାକରପଡା ଗାଁର ଦୃଶ୍ୟ । ଏହି ଗାଁର କୃଷ୍ଣଚନ୍ଦ୍ର ବିଶୋଇଙ୍କ ଘରେ କୌଣଷି କାରଣ ବସତଃ ଗ୍ୟାସ୍ ଟାଙ୍କିରେ ଅଚାନକ ନିଆଁ ଲାଗିବାରୁ ଗ୍ୟାସ୍ ଟାଙ୍କି ଫାଟି ଗୋଟିଏ ବଖରା ଘର ଜଳିଯିବା ସହ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛ । ତେବେ ଘଟଣାର ଖବର ପାଇ ଜୟପାଟଣା ମହଲଷ୍ମୀ ଇଣ୍ଡେନ ପ୍ରୋପାଇଟର୍ ବାଳମୁକୁନ୍ଦ ପଣ୍ଡା ନିଜ ଟିମ୍ ସହ ପହଞ୍ଚିବା ପରେ ସୁଚନା ଦେଇଥିଲେ ଜୟପାଟଣା ଦମକଳ ବିଭାଗକୁ । ଖବର ପାଇଁ ଘଟଣା ସ୍ଥଳରେ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗାଁରେ  ନିଆଁ ବ୍ୟାପିବାରୁ ରକ୍ଷା କରିଥିବା ମତପ୍ରକାଶ କରିଛନ୍ତି ଦମକଳ ବାହିନି ।
ରିପୋର୍ଟ –  ଭିଷ୍ମ ସାହୁ ।

Leave A Reply

Your email address will not be published.